ମହାରାଷ୍ଟ୍ରରେ ଏକାଠି ଲଢ଼ିବେ ବିଜେପି-ଶିବସେନା 

ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ବିଜେପି ୨୫ଟି- ଶିବସେନା ୨୩ଟି ଆସନରେ ଲଢ଼ିବ

ମୁମ୍ବାଇ: ଦୀର୍ଘ ୩ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ସମାଲୋଚନା କରୁଥିବା ଶିବସେନା ଶେଷରେ ଏନ୍‌ଡିଏ ସହ ମିଶି ନିର୍ବାଚନ ଲଢ଼ିବାକୁ ରାଜି ହୋଇଛି। ବିଜେପି ଓ ଶିବସେନା ଆଗାମୀ ଲୋକସଭା ନିର୍ବାଚନ ମହାରାଷ୍ଟ୍ରରେ ଏକାଠି ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

ଘୋଷଣା ସମୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଉପସ୍ଥିତ ରହିଥିଲେ। ନିଷ୍ପତ୍ତି ଅନୁଯାୟୀ, ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ବିଜେପି ବଡ଼ ଭାଇ ଭୂମିକାରେ ରହିବ। ଅର୍ଥାତ ଏଠାରେ ବିଜେପି  ୨୫ଟି ଆସନରେ ଲଢ଼ିବ। ସେହିପରି ଶିବସେନା ବାକି ୨୩ଟି ଆସନରେ ଲଢ଼ିବ। କିନ୍ତୁ ବିଧାନସଭାର ୨୮୮ଟି ଆସନରୁ ଉଭୟ ଦଳ ୫୦-୫୦ ସିଟ ବଣ୍ଟନ ଫର୍ମୁଲାରେ ରାଜି ହୋଇଛନ୍ତି।