କଳାହାଣ୍ଡିରୁ କୋରୋନା ଚିହ୍ନଟ ପରେ ଖମାର ହଳଦୀ ପଂଚାୟତକୁ ସଟ୍ ଡାଉନ୍ କଲା ଜିଲ୍ଲା ପ୍ରଶାସନ

ଭବାନୀପାଟଣା: ଗତକାଲି କଳାହାଣ୍ଡିରୁ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଜି ଜିଲ୍ଲା ପ୍ରଶାସନ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଲାମୁଣ୍ଡା ବ୍ଲକର ଖମାର ହଳଦୀ ପଂଚାୟତ ଅଂଚଳକୁ ସଟ୍ ଡାଉନ୍ କରାଯାଇଛି ।

ଲୋକଙ୍କ ବାହାରକୁ ଯିବା ଆସିବା ଉପରେ କଟକଣା ଜାରି କରିଛି ପ୍ରଶାସନ। କିନ୍ତୁ, ଆତଙ୍କିତ ନହେବାକୁ ଜନସାଧାରଣଙ୍କୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ଗତକାଲି କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଘର ଗୋଲାମୁଣ୍ଡା ବ୍ଲକର ଖମାର ହଳଦୀ ପଂଚାୟତ ଅନ୍ତର୍ଗତ ବେହେରାଗୁଡ଼ା ଗାଁରେ । ସେ ବାହାରିନରେ ଜଣେ ଫିଟର ଭାବରେ କାର୍ଯ୍ୟ କରୁଛନ୍ତି।

ସଂପୃକ୍ତ ଯୁବକ ୧୭ ଦିନ ପୂର୍ବରୁ ବାହାରିନରୁ ନିଜ ଗାଁକୁ ଫେରିଥିଲେ । ତାଙ୍କଠାରେ କୋରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନ ଥିବା ସୂଚନା ରହିଛି।