ସଟଡାଉନ୍ ରେ ବିବାହ ଆଦି କାର୍ଯ୍ୟ ପାଇଁ ଅନୁମତି ବାଧ୍ୟତାମୂଳକ

ଭୁବନେଶ୍ୱର: ସଟଡାଉନ ସମୟରେ ବିବାହ ଆଦି କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ଆଣିବା ବାଧ୍ୟତାମୂଳକ ରହିଛି ବୋଲି ମନ୍ତ୍ରୀ ନବ ଦାସ କହିଛନ୍ତି। ଆସନ୍ତାକାଲିଠୁ ୧୧ଟି ଜିଲ୍ଲା ଶନିବାର ଓ ରବିବାର ସଟଡାଉନ ରହିବ। ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଜୁଲାଇ ୩୧ ଯାଏଁ ବନ୍ଦ ରହିବ।

-ସେପଟେ ୧୧ଟି ଜିଲ୍ଲାରେ ସଟଡାଉନରେ ସମୟରେ ପେଟ୍ରୋଲ ପମ୍ପ ଖୋଲା ରହିବ ବୋଲି ରାଜ୍ୟ ପେଟ୍ରୋଲ ପମ୍ପ ସଂଘର ସମ୍ପାଦକ ସଂଜୟ ଲାଠ ସୂଚନା ଦେଇଛନ୍ତି ।

-ତେବେ ସଟଡାଉନ୍‌ ସମୟରେ ହକରମାନଙ୍କୁ ଖବରକାଗଜ ବାଂଟିବାକୁ ଅନୁମତି ମିଳିଛି । ସେମାନେ ସକାଳ ୮ଟା ଯାଏଁ  ଖବରକାଗଜ ବିତରଣ କରିପାରିବେ।

-ରେଷ୍ଟ୍ରୁରାଂଟଗୁଡିକ ଖାଦ୍ୟ ହୋମ ଡେଲିଭରି କରିପାରିବେ ।

-ବିମାନ, ରେଳ, ବସ ଚଳାଚଳ ପାଇଁ ଅନୁମତି ଦିଆଯାଇଛି ।

-ସପ୍ତାହର ଶେଷ ଦୁଇଦିନ ସଟ୍‌ଡାଉନ୍‌ ସମୟରେ ଏଟିଏମ୍‌ ଖୋଲାରହିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିସନର ।

-ସେହିପରି ଆରବିଆଇ କାର୍ଯ୍ୟାଳୟ ଓ ଚେକ୍‌ କ୍ଲିୟରିଂ ହାଉସ ଖୋଲା ରହିବ ବୋଲି ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

-ଏହି ସମୟରେ ବିମାନବନ୍ଦର, ରେଳ ଷ୍ଟେସନ୍‌, ବସ୍‌ ଷ୍ଟାଣ୍ଡ ଖୋଲା ରହିବ ଏବଂ ଆନୁସଙ୍ଗିକ ସେବା ଜାରି ରହିବ । ଏଥିରେ ସଂପୃକ୍ତ ଥିବା କର୍ମଚାରୀ ଯିବାଆସିବା କରିପାରିବେ ।

-ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରେଷ୍ଟ୍ରୁରାଂଟଗୁଡିକ ହୋମ ଡେଲିଭରୀ ଦେଇପାରିବେ ଏବଂ ଜୋମାଟୋ ଆଦି ଜରିଆରେ ମଧ୍ୟ ହୋମ ଡେଲିଭରୀ ହୋଇପାରିବ ।

-ସକାଳ ୫ଟାରୁ ସକାଳ ୮ଟା ମଧ୍ୟରେ ହକରମାନେ ଖବରକାଗଜ ବାଣ୍ଟିପାରିବେ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି ।