ରାଜ୍ୟର ଏହିସବୁ ଜିଲ୍ଲାରେ ୨ ଦିନିଆ ସଟ୍‌ଡ଼ାଉନ୍‌

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରତି ଶନିବାର ଓ ରବିବାର ଦିନ ଯେଉଁସବୁ ଜିଲ୍ଲା ଗୁଡ଼ିକରେ ସଟ୍‌ଡ଼ାଉନ୍ ବଳବତ୍ତର ରହିବା ନେଇ ନିଷ୍ପତ୍ତି ଗ୍ରହଣ କରିଥିଲେ ସେହିସବୁ ଜିଲ୍ଲା ଗୁଡ଼ିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଟ୍‌ଡ଼ାଉନ୍ କରାଯାଇଛି ।

ଆଜି ଓ କାଲି ଏହିସବୁ ଜିଲ୍ଲାରେ ବଳବତ୍ତର ରହିବ ସଟ୍‌ଡ଼ାଉନ – ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ ଓ ଝାରସୁଗୁଡ଼ା ଜିଲ୍ଲା ।

ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ସଟ୍‌ଡ଼ାଉନ୍ ପ୍ରକ୍ରିୟା ଜାରି ରହିବ । ଏଥିସହିତ ଅନୁଗୁଳ ଜିଲ୍ଲା ପ୍ରଶାସନ ମଧ୍ୟ ଆଜିଠାରୁ ୨ ଦିନ ଲାଗି ସାରା ଜିଲ୍ଲାକୁ ସଟ୍‌ଡ଼ାଉନ୍ ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସେହିପରି ଭାବେ ସମ୍ବଲପୁରରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଆସନ୍ତା କାଲି ଜିଲ୍ଲାରେ ସଟ୍‌ଡ଼ାଉନ୍ ଘୋଷଣା କରିଛନ୍ତି । ଦେଖିବାକୁ ଗଲେ ଆସନ୍ତା ୨୪ ଘଣ୍ଟା ଧରି ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳ ସଟ୍‌ଡ଼ାଉନ୍ ରହିବ ।