ସଟଡାଉନ ଅଞ୍ଚଳରେ ବନ୍ଦ ରହିବ କୋର୍ଟ

ଭୁବନେଶ୍ୱର: ସଟଡାଉନ କଟକଣା ଜାରି ହୋଇଥିବା ଅଞ୍ଚଳରେ ବନ୍ଦ ରହିବ କୋର୍ଟ। ହାଇକୋର୍ଟ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଜଜ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କରୋନା ସଂକ୍ରମଣ ଯୋଗୁଁ ସଟଡାଉନ ଘୋଷଣା କରାଯାଇଥିବା ଅଞ୍ଚଳର ଜିଲ୍ଲା ଜଜ୍‌ମାନେ ଚାହିଁଲେ ଉକ୍ତ ଅଞ୍ଚଳର କୋର୍ଟକାର୍ଯ୍ୟ ବନ୍ଦ କରିପାରିବେ ବୋଲି ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆଉ ୨୪୫ ନୂଆ ଆକ୍ରାନ୍ତଙ୍କ ସହ ରାଜ୍ୟରେ କରୋନା ମାମଲା ୬୮୫୯ରେ ପହଞ୍ଚିଛି।