ଭୁବନେଶ୍ୱର : ପୂର୍ବ ଘୋଷଣା ଅନୁଯାୟୀ କରୋନା ମୁକାବିଲା ପାଇଁ ଗତଥର ଭଳି ଆଜି ଓ ରବିବାର ଦୁଇଦିନ ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ସଟ୍ଡାଉନ ଲାଗୁ ହୋଇଛି।
ସଟ୍ଡାଉନ ସମୟରେ ଡାକ୍ତରୀ କିମ୍ବା ଅନ୍ୟ କୌଣସି ଜରୁରୀ କାର୍ଯ୍ୟରେ ଲୋକେ ଯାତାୟତ କରିପାରିବେ। ସେହିପରି ଏଟିଏମ୍, ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଓ କ୍ଲିଅରିଙ୍ଗ୍ ହାଉସ୍ ଭଳି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପ୍ରତିଷ୍ଠାନ ଖୋଲା ରହିବ। ବିମାନ ବନ୍ଦର, ରେଳ ଷ୍ଟେସନ୍, ବସ୍ ଟର୍ମିନାଲ୍ରେ ବସ୍ ଚଳାଚଳ ଜାରି ରହିବ ଏବଂ ଏଥିରେ ସମ୍ପୃକ୍ତ ଥିବା କାର୍ଯ୍ୟାଳୟ, କର୍ମଚାରୀମାନଙ୍କର ଗମନାଗମନ ଏବଂ କାର୍ଯ୍ୟକଳାପକୁ ସଟ୍ଡାଉନ୍ରୁ ବାଦ୍ ଦିଆଯିବ।
ଗଣମାଧ୍ୟମରେ କାର୍ଯ୍ୟରତ କର୍ମଚାରୀ ମଧ୍ୟ ସେମାନଙ୍କ ଅଫିସକୁ ଯାଇପାରିବେ। ତେବେ ସକାଳ ୫ଟାରୁ ସକାଳ ୮ଟା ମଧ୍ୟରେ ଖବରକାଗଜ ହକରମାନଙ୍କୁ ଖବରକାଗଜ ବିତରଣପାଇଁ ଅନୁମତି ମିଳିଛି। ଏଲ୍ପିଜି ଡିଷ୍ଟ୍ରିବ୍ୟୁସନ୍, ରନ୍ଧନ ଗ୍ୟାସ୍ର ହୋମ୍ ଡେଲିଭରି ଏବଂ ଏଥିସହ ସମ୍ପୃକ୍ତ କାର୍ଯ୍ୟାଳୟ , କର୍ମଚାରୀ ଓ ଯାନବାହନ ଚଳାଚଳ ସଟ୍ଡାଉନ୍ ନିୟମ ଲାଗୁ ହେବ ନାହିଁ।