ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ବେଢା ଫଟୋ

ପୁରୀ: ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରଲ ହୋଇଛି ସୋସିଆଲ ମିଡ଼ିଆରେ। ଫେସବୁକରେ ଶ୍ରୀମନ୍ଦିର ଭିତର ବେଢାର ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ବାରବାଙ୍କୀ ର ନିଧି ଶୁକ୍ଳାଙ୍କ ନାଁ ରେ ଥିବା ଏକ ଫେସବୁକ ଆକାଂଉଟରୁ ଏହି ଫଟୋ ଗୁଡିକ ଭାଇରାଲ ହୋଇଛି ।

ଯାହାକୁ ନେଇ ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡାକଡି ଥିବା ବେଳେ କିଭଳି ଭିତରକୁ ମୋବାଇଲ ଯାଉଛି ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।