ଆଜି ଅପରାହ୍ନ ୪ଟାରେ ରଥ ନିର୍ମାଣ ଓ ରଥଯାତ୍ରା ନେଇ ହେବ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟାରେ ଅନୁଷ୍ଠିତ ହେବଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକ ଭିଡିଓ ବାର୍ତା ଜରିଆରେ ଅନୁଷ୍ଠିତ ହେବ । ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଭୁବନେଶ୍ୱରରୁ ଭିଡିଓ ବାର୍ତା ଜରିଆରେ ଯୋଗଦେବେ । ସେହିପରି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଓ ଶ୍ରୀ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ପୁରୀରୁ ଥାଇ ଅଂଶ ଗ୍ରହଣ କରିବେ । ବୈଠକରେ ରଥ ନିର୍ମାଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନେଇ ଆଲୋଚନା ହେବାର ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ସମଗ୍ର ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ଯୋଗୁଁ ଭାରତରେ ମଧ୍ୟ ଏହାର ଘୋର ପ୍ରଭାବ ପଡ଼ିଛି । ଗତ ମାର୍ଚ୍ଚ ୨୫ରୁ ଦେଶରେ ଲକଡାଉନ ଜାରି ରହିଛି । ସରକାର ଧାର୍ମିକ, ସାମାଜିକ କାର୍ଯ୍ୟକୁ ବର୍ତମାନ ପରିପ୍ରେକ୍ଷୀରେ ବନ୍ଦ କରିବାକୁ ନିଦେ୍ର୍ଶ ଦେଇଛନ୍ତି । ଫଳରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଆୟୋଜନକୁ ନେଇ ପ୍ରଶ୍ନବାଚୀ ଉଠିଛି । ବିଗତ ଦିନରେ ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାରଂପରିକ ଭାବେ ଓ ନିରାଡାମ୍ବର ସହ ସଂପନ୍ନ ହୋଇଛି । ତେଣୁ ଆଜିର ବୈଠକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।