ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ଏହି ସପ୍ତାହରେ ସାରା ଓ ଶ୍ରଦ୍ଧାଙ୍କୁ ଏନସିବିର ସମନ୍‌

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଯୋଡି ହୋଇଛି । ଏହି ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଏହି ସପ୍ତାହରେ ସାରା ଅଲ୍ଲୀ ଖାନ୍‌, ରକୁଲ ପ୍ରିତ କୌର, ଶ୍ରଦ୍ଧା କପୁର ଓ ସିମୋନଙ୍କୁ ପଚରାଉଚରା ପାଇଁ ସମନ କରିପାରେ ବୋଲି ସୁତ୍ରରୁ ପ୍ରକାଶ ।

ଏନଡିଟିଭିର ରିପୋର୍ଟ ମୁତାବକ, ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଆଜି ସ୍ମୃତି ମୋଦୀ ଓ ଜୟା ଶାହଙ୍କୁ ନୋଟିସ୍ ଦେଇ ପଚରାଉଚରା କରିବା ପାଇଁ ଡାକିଛି । ତେବେ ଯାଞ୍ଚ ପରେ ସନ୍ଧ୍ୟାରେ ନୂଆ ସମନ ଜାରି ହୋଇପାରେ ।

ଆହୁରି ମଧ୍ୟ ଡ୍ରଗ୍ସ ଲିଙ୍କରେ ଏଯାଏଁ ଏନସିବି ୬ ଜଣଙ୍କ ଗିରଫ ମଧ୍ୟ କରିସାରିଛି । ଏହି ଲୋକମାନଙ୍କର ସମ୍ପର୍କ ବଲିଉଡ୍ ଡ୍ରଗ୍ସ ର‌୍ୟାକେଟ୍ ସହ ଥିବା ଚର୍ଚ୍ଚା ହେଉଛି ।

ଉଲ୍ଲେଖଯୋଗ୍ୟ, ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ମୃତ୍ୟୁ ହୋଇଥିଲା ।