ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ଶ୍ରଦ୍ଧା

ଭୁବନେଶ୍ୱର: ଓଡ଼ିଆ ସିନେମା ‘ମିଠା ମିଠା’ର ଅନ୍ୟତମ ନାୟିକା ଥିଲେ ଶ୍ରଦ୍ଧା। ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ସିନେମାରେ ଶ୍ରଦ୍ଧାଙ୍କୁ ନବାଗତ ନାୟକ ଜ୍ୟୋତିଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ତା’ପରେ ଶ୍ରଦ୍ଧା କିନ୍ତୁ ଫିଲ୍ମରେ ବିଶେଷ...

ଭୁବନେଶ୍ୱର: ଓଡ଼ିଆ ସିନେମା ‘ମିଠା ମିଠା’ର ଅନ୍ୟତମ ନାୟିକା ଥିଲେ ଶ୍ରଦ୍ଧା। ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ସିନେମାରେ ଶ୍ରଦ୍ଧାଙ୍କୁ ନବାଗତ ନାୟକ ଜ୍ୟୋତିଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ମିଳିଥିଲା। ତା’ପରେ ଶ୍ରଦ୍ଧା କିନ୍ତୁ ଫିଲ୍ମରେ ବିଶେଷ ରୁଚି ନ ଦେଖାଇ ଟେଲି ଦୁନିଆଁକୁ ଡେଇଁଥିଲେ। ‘ମିଠା ମିଠା’ସିନେମାର ନାୟିକା ଶ୍ରଦ୍ଧା ତା’ପରେ ମେଗା ସିରିଏଲରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଦର୍ଶକ ତାଙ୍କୁ ‘ଆମ ଘର ଲକ୍ଷ୍ମୀ’ ଭଳି ମେଗା ଧାରାବାହିକରେ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ।

ମେଗା ଧାରାବାହିକରେ ଅଭିନୟ ସାଙ୍ଗକୁ ଶ୍ରଦ୍ଧା ଆଲବମ୍‌ରେ  ମଧ୍ୟ କାମ କରି ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ସେ ପୁଣି ଫିଲ୍ମକୁ ଫେରିଛନ୍ତି। ଏବେ ଶ୍ରଦ୍ଧା ପୁଣିଥରେ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି। ସେ ଯେଉଁ ନୂଆ ସିନେମାରେ କାମ କରୁଛନ୍ତି,ତା’ର ଟାଇଟଲ୍‌ ହେଲା‘ଫ୍ରମ୍‌ ମି ଟୁ ୟୁ’।ଏହି ସିନେମାରେ ଶ୍ରଦ୍ଧାଙ୍କ ବିପକ୍ଷରେ ଅଛନ୍ତି ଦୁଇ ଜଣ ନାୟକ। ଏମାନଙ୍କ ଭିତରୁ ଜଣେ ହେଲେ ଜ୍ୟୋତି ଓ ଆରଜଣକ ହେଲେ ଅମ୍ଳାନ। ଏହା ଏକ ପ୍ରେମ ତ୍ରିକୋଣ ଉପରେ ଆଧାରିତ ଓଡ଼ିଆ ସିନେମା ବୋଲି ସ୍ପଷ୍ଟ ହୋଇଯାଇଛି।

ରିସ୍ତା ଓ୍ଵଭ୍‌ସ ଏଣ୍ଟରଟେନମେଣ୍ଟ୍‌ ବ୍ୟାନରରେ ନିର୍ମିତ ହେଉଛି ‘ଫ୍ରମ୍‌ ମି ଟୁ ୟୁ’। ଏହି ସିନେମାରେ ଶ୍ରଦ୍ଧା ଜ୍ୟୋତି ଓ ଅମ୍ଳାନଙ୍କ ସହ ବି କମାଲ୍‌ ଦେଖାଉଛନ୍ତି,ତାହା ଦେଖିବାକୁ ବାକି ରହିଲା।

Spread the love
Categories
ମନୋରଞ୍ଜନ

RELATED BY