କଟକରେ ସକାଳ ୭ ରୁ ୧୧ ଖୋଲା ରହିବ ଦୋକାନ

କଟକ: ଲକ୍ ଡାଉନ୍ ଆଉ କିଛି ଦିନ ପରେ ଶେଷ ହେବାକୁ ଯାଉଛି । ଏହି ମଧ୍ୟରେ ଗତ ୨୦ ତାରିଖରୁ କିଛି ଦୋକାନ ଖୋଲିବା ପାଇଁ ନିଷ୍ପତି ନିଆଯାଇଥିବାବେଳେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ କଟକରେ କେଉଁ ଦୋକାନ ଖୋଲିବ ଏବଂ କେଉଁ ସମୟରେ ଖୋଲିବ ସେ ନେଇ ବିଜ୍ଞପ୍ତି ଜାରି କରାଯାଇଛି ।

ଏହି ପରିପ୍ରେକ୍ଷୀରେ କଟକରେ ଏବେ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ ବୋଲି ସିଏମସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ପୋଷାକ, ଇଲେକ୍ଟ୍ରୋନିକ୍ସ ସିଙ୍ଗଲ/ମଲ୍ଟି ବ୍ରାଣ୍ଡ ମଲ୍ ଖୋଲିପାରିବନି । ତେବେ ଗଳି ଦୋକାନ, ଗୋଟିକିଆ ଦୋକାନ ଖୋଲିବାକୁ ଅନୁମତି ରହିଛି । ଏହାଛଡା ହୋଲସେଲ ଓ ରିଟେଲ ଦୋକାନ ସକାଳ ୭ଟାରୁ ୧୧ଟା ଯାଏ କୋଲିବ ବୋଲି ଉଲ୍ଲେଖ ରହିଛି । ଏହାଛଡା ସବୁ ଦୋକାନ ୩ ଫୁଟର ସାମାଜିକ ଦୂରତା ବଜାୟ ରଖିବା ଜରୁରୀ ବୋଲି କୁହାଯାଉଛି । ଆଉ ଯଦି ସାମାଜିକ ଦୂରତାକୁ ଖିଲାପ କରାଯାଏ, ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।