ବର୍ଲିନ: ଜର୍ମାନୀର ୨ଟି ବାର୍ରେ ବୁଧବାର ମଧ୍ୟରାତ୍ରିରେ ଗୁଳିକାଣ୍ଡ ଘଟିଛି । ଏଥିରେ ଅନ୍ୟୁନ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏହି ଗୁଳିକାଣ୍ଡ ଜର୍ମାନୀର ହନାଉ ସହରର ସ୍ଥିତ ୨ଟି ପୃଥକ ବାର୍ରେ ହୋଇଛି । ୨ଜଣ ଅଜ୍ଞାତ ବନ୍ଧୁକଧାରୀ ରାତି ପ୍ରାୟ ୧୦ଟା ସମୟରେ ପୃଥକ ବାର୍ରେ ପହଂଚି ଆଖିବୁଜା ଗୁଳିଚାଳନା କରିଥିଲେ ।
ପ୍ରଥମ ଗୁଳିକାଣ୍ଡରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦ୍ବିତୀୟ ଗୁଳିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଘଟଣା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚିବା ସହ ତଦନ୍ତ ଆରମ୍ଭ କରିଛି ।