ଶୁଟର୍ ସୌରଭଙ୍କୁ ସ୍ୱଣ୍ଣ

ଜାକର୍ତା: ଭାରତର ୧୬ ବର୍ଷୀୟ ଶୁଟର ସୌରଭ ଚୌଧାରୀ ଏଠାରେ ଚାଲିଥିବା ଜାକର୍ତା – ପାଲେମ୍ବାଙ୍ଗ ଏସିଆନ ଗେମ୍ସରେ ସ୍ୱର୍ଣ୍ଣପଦକ ଜିତିବାରେ ସମର୍ଥ ହୋଇଛନ୍ତି । ମଙ୍ଗଳବାର ଅନୁଷ୍ଠିତ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ସ୍କୋର କରି ଗେମ୍ସ ରେକର୍ଡ କରିବା ସହ ଚଳିତ ଏସିଆନ ଗେମ୍ସରେ ଭାରତ ଲାଗି ତୃତୀୟ ତଥା ଶୁଟିଂ ଇଭେଣ୍ଟରେ ଆଉ ୩ଟି ପଦକ ଜିତିବାରେ ସମର୍ଥ ହୋଇଛନ୍ତି । ପୁରୁଷ ୧୦ ମିଟର ଏୟାର ପିସ୍ତଲରେ ଅଭିଷେକ ବର୍ମା ବ୍ରୋଞ୍ଜ, ପୁରୁଷ ୫୦ ମିଟର ରାଇଫଲ-୩ ପୋଜିସନରେ ସଞ୍ଜୀବ ରାଜପୁତ ରୌପ୍ୟ ଏବଂ ମହିଳା ବିଭାଗ ୬୮ କେଜି ଫ୍ରିଷ୍ଟାଇଲ ରେସଲିଂରେ ଦିବ୍ୟା କାକରାନ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ପ୍ରତିଯୋଗିତାର ତୃତୀୟ ଦିନ ଶେଷ ସୁଦ୍ଧା ଏହାକୁ ମିଶାଇ ଭାରତ ୩ ସ୍ୱର୍ଣ୍ଣ, ୩ ରୌପ୍ୟ ଏବଂ ୪ ବ୍ରୋଞ୍ଜ ସମେତ ମୋଟ ୧୦ଟି ପଦକ ଜିତିବାରେ ସମର୍ଥ ହୋଇଛି । ଚୀନ, ଜାପାନ ଏବଂ ସାଉଥକୋରିଆ ପୂର୍ବପରି ପଦକ ତାଲିକାରେ ପ୍ରଥମ ୩ଟି ସ୍ଥାନ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି । ମଙ୍ଗଳବାର ସିପକଟାକ୍ର ସେମିଫାଇନାଲରେ ପରାଜିତ ହେବା ଫଳରେ ବ୍ରୋଞ୍ଜ ପଦକ ଜିତିବା ସ୍ପଷ୍ଟ ହୋଇଛି । ସେହିପରି ଉଶୁର ମହିଳା ବିଭାଗରେ ରୋଶିବିନା ଦେବୀ ସେମିଫାଇନାଲରେ ପ୍ରବେଶ କରିବା ସହ ଭାରତ ଅତିକମରେ ଆଉ ଏକ ବ୍ରୋଞ୍ଜ ପଦକ ଜିତିବା ସ୍ପଷ୍ଟ ହୋଇଛି । ମହିଳା ହକି ଏବଂ କବାଡି ଦଳ ସେମାନଙ୍କ ବିଜୟ ଅଭିଯାନ ଆରମ୍ଭ କରିଥିଲାବେଳେ ଦୀପା କର୍ମକାର ବାଲାନ୍ସ ବିମ୍ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି ।