ଫେରୁଛନ୍ତି ସୋଏବ ଅଖତର

ଇସ୍ଲାମାବାଦ: କ୍ରିକେଟକୁ ଅଲବିଦା କହି ଭାଷ୍ୟକାର ସାଜିଥିବା ପାକିସ୍ତାନର ସୋଏବ ଅଖତର ପୁଣିଥରେ କ୍ରିକେଟ ମଇଦାନକୁ ଫେରୁଛନ୍ତି । ୧୪ ତାରିଖରେ କ୍ରିକେଟ ଫ୍ୟାନ୍ମାନେ ତାଙ୍କୁ ବୋଲିଂ କରୁଥିବା ଦେଖିବାକୁ ପାଇବେ ବୋଲି ସୋଏବ ଏକ ଭିଡିଓରେ ଜାରି କରିଛନ୍ତି । ସୋଏବ ଜାରି କରିଥିବା ଭିଡିଓରେ ସେ କହିଛନ୍ତି, “ବର୍ତମାନର ଛୋଟ ପିଲା(କ୍ରିକେଟର) ଭାବୁଛନ୍ତି ସେମାନେ କ୍ରିକେଟ ବିଷୟରେ ଅଧିକ ଜାଣିଛନ୍ତି । ଏଥିସହ ସେମାନେ ମୋ ବୋଲିଂ ସ୍ପିଡ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ଥିବା କଥା ମଧ୍ୟ କହିଛନ୍ତି । ତେଣୁ ପିଲାମାନେ ମୁଁ ପୁଣିଥରେ ପଡ଼ିଆକୁ ଓହ୍ଲାଉଛି । ମୁଁ ଏହି ସମୟରେ ତୁମମାନଙ୍କୁ ସ୍ପିଡ୍ କ’ଣ ଦେଖାଇବି । ୧୪ ଫେବୃୟାରୀକୁ କ୍ୟାଲେଣ୍ଡରରେ ମାର୍କ କରି ରଖନ୍ତୁ । ମୁଁ ସେହିଦିନ ଲିଗ୍ ମ୍ୟାଚ୍ ଖେଳିବାକୁ ଆସୁଛି । ପ୍ରକୃତରେ ସ୍ପିଡ୍ ବୋଲିଂ କ’ଣ ବର୍ତମାନର ପିଲାମାନେ ଜାଣିବା ଦରକାର ।” ଫେବୃୟାରୀ ୧୪ରୁ ପାକିସ୍ତାନ ସୁପର ଲିଗ୍ର ୪ର୍ଥ ସଂସ୍କରଣ ଆରମ୍ଭ ହେବ । ତେଣୁ ଏଥିରେ ଭାଗ ନେଇଥିବା ୬ ଟିମ୍ରୁ ସୋଏବ କେଉଁ ଗୋଟିଏ ଦଳରେ ସାମିଲ ହେବାର ସୂଚନା ରହିଛି । ସୋଏବଙ୍କ ଏହି ଭିଡିଓ ମେସେଜ ଉପରେ ୱାସାମି ଆକ୍ରମ ଓ ସୋଏବ ମାଲିକ ନିଜର ପ୍ରତିକ୍ରିୟା ରଖିଛନ୍ତି ।