୨୧ଲକ୍ଷ ଟଙ୍କା ଦାନ କଲେ ଶିଳ୍ପା ସେଟ୍ଟୀ ଓ ପତି ରାଜ୍ କୁନ୍ଦ୍ରା

ମୁମ୍ବାଇ: କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ପିଏମ୍ କେୟାର୍ସ ଫଣ୍ଡ” ଗଠନ କରି ସମସ୍ତଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ନିବେଦନ କରିଥିଲେ । ତେବେ ଏହା ପରେ ଅକ୍ଷୟ କୁମାର, ସଲମାନ୍ ଖାନ, ହ୍ରିତିକ ରୋଶନ, ଅମିର ଖାନ୍‌, ବରୁଣ ଧାୱନ ଭଳି କଳାକାରମାନେ ସହାୟତାର ହାତ ବଢ଼ାଇଥିବାବେଳେ ଏବେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ପତି ରାଜ୍ କୁନ୍ଦ୍ରା ମଧ୍ୟରେ ଏଥିରେ ସାମିଲ ହୋଇଛନ୍ତି । ଉଭୟ ପିଏମ କେୟାର୍ସ ଫଣ୍ଡକୁ ୨୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏନେଇ ଶିଳ୍ପା ନିଜ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

ସେ ଟ୍ୱିଟ୍ କରି ଲେଖିଛନ୍ତି: ବର୍ତମାନ ଆମ ଦେଶ ଓ ଦେଶବାସୀ ଆମକୁ ଆବଶ୍ୟକ କରୁଛି। ଆମ ଦାୟିତ୍ୱ ନିର୍ବାହ କରିବାର ଏହା ହେଉଛି ସମୟ। ରାଜ୍ କୁନ୍ଦ୍ରା ଓ ମୁଁ ନରେନ୍ଦ୍ର ମୋଦିଜୀଙ୍କ ‘ପିଏମ୍‌-କେୟାରସ୍‌ ଫଣ୍ଡ’କୁ ୨୧ ଲକ୍ଷ ଦେଇଛୁ। ବୁନ୍ଦା ବୁନ୍ଦା ଜଳ ମିଶି ସମୁଦ୍ର ହୁଏ। ତେଣୁ ଏହି ପରିସ୍ଥିତି ସହ ଲଢ଼େଇ କରିବାକୁ ସମସ୍ତେ ସହଯୋଗ କରିବାକୁ ମୁଁ ନିବେଦନ କରୁଛି।