କାଶ୍ମୀର ପଣ୍ଡିତଙ୍କ ଦୁଃଖ କହିବ “ଶିକାରା”; ଟ୍ରେଲର ଆଉଟ୍

ମୁମ୍ବାଇ: ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରା ନିଜର ଆଗାମୀ ପ୍ରୋଜେକ୍ଟ ‘ଶିକାରା: ଏ ଲଭ ଲେଟର ଫର୍ମ କଶ୍ମୀର ପଣ୍ଡିତ’କୁ ନେଇ ଚର୍ଚ୍ଚାରେ । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ଜବରଦସ୍ତ ଟ୍ରେଲର । ଫିଲ୍ମର ଟ୍ରେଲର ସଙ୍ଗୀତ ଉସ୍ତାଦ ରହମାନଙ୍କ ଉପସ୍ଥିତିରେ ଲଂଚ କରାଯାଇଥିଲା ।

ଫିଲ୍ମର ଟ୍ରେଲର ଏକ ପ୍ରେମ ଯୋଡିଙ୍କ କବିତାରୁ ଆରମ୍ଭ ହେଉଛି । ଆଉ ଠିକ୍ ସେହି ସମୟରେ ସମ୍ନାରେ ଥିବା ଘର ନିଆଁରେ ଜଳୁଥିବାର ମଧ୍ୟ ନଜର ଆସୁଛି । ଫିଲ୍ମର କାହାଣୀ ୧୯୯୦ରେ କାଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ଆଧାରିତ । କିପରି କଶ୍ମୀର ପଣ୍ତିତ ମୁସଲମାନଙ୍କୁ ଡରି ନିଜ ଭିଟାମାଟି ଛାଡି ଭାରତର ଅନ୍ୟ ରାଜ୍ୟକୁ ଚାଲିଆସୁଥିଲେ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଦିଲ ଖାନ ଓ ସାଦିୟା ।ଏକ ସମୁଦାୟକୁ କାଶ୍ମୀରରୁ ବାହାର କରିଦିଆଯାଇଥିଲା । ୩୦ ବର୍ଷ ବିତି ଗଲାଣି ହେଲେ ସେହି ସମୁଦାୟ ଏଯାବତ ନିଜ ଘରକୁ ଯାଇପାରୁନାହାଁନ୍ତି । କାଶ୍ମୀର ପଣ୍ଡିତଙ୍କ ଦୁଃଖକୁ ଫିଲ୍ମରେ ପର୍ଯ୍ୟବେଶିତ କରାଯାଇଛି । ଫିଲ୍ମର ଟ୍ରେଲର ଲୋମହର୍ଷଣକାରୀ ହୋଇଥିବାରୁ ଦର୍ଶକଙ୍କ ଆଖିରେ ଲୁହ ମଧ୍ୟ ଆସିପାରେ ।

ଫିଲ୍ମଟି ଏବର୍ଷ ଫେବୃଆରୀ ୭ରେ ରିଲିଜ ହେବାକୁ ଯାଉଛି । ଫକ୍ସ ଷ୍ଟାର ଷ୍ଟୁଡିଓ ଦ୍ବାରା ପ୍ରସ୍ତୁତ ଏହି ଫିଲ୍ମ ବିନୋଦ ଚୋପ୍ରା ପ୍ରଡକ୍ସନ ଦ୍ବାରା ନିର୍ମିତ ।