ଓବେସିଙ୍କୁ ବାଗଦାଦି ସହ ତୁଳନା କଲେ ସିଆ ବୋର୍ଡ ମୁଖ୍ୟ

ଲକ୍ଷ୍ନୌ: ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ଆତଙ୍କବାଦୀ ସହ ତୁଳନା କରିଛନ୍ତି ଉତ୍ତର ପ୍ରଦେଶ ସିଆ ଓ୍ୱାକଫ ବୋର୍ଡର ଅଧ୍ୟକ୍ଷ ଓ୍ୱାସିମ୍ ରିଜଭୀ। ଏମିତିକି ଓଓ୍ୱେସୀ ଉତ୍ତେଜନା ମୂଳକ ଭାଷଣ ଦେଇ ଲୋକଙ୍କୁ ଆତଙ୍କବାଦୀ କ୍ୟାମ୍ପରେ ଯୋଗ ଦେବାକୁ ଉସକାଉଥିବା ରିଜଭୀ କହିଛନ୍ତି।

ନିକଟରେ ଅଯୋଧ୍ୟା ପ୍ରସଙ୍ଗରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ଓୱେସୀ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ରିଜଭୀ ଓଓ୍ୱେସୀଙ୍କ ବିରୋଧରେ ବର୍ଷିଛନ୍ତି। ସେ କହିଛନ୍ତି, ଆଜିର ଦିନରେ ଅବୁ-ବକର-ଅଲ- ବାଗଦାଦି ଏବଂ ଓୱେସୀଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ବାଗଦାଦି ନିଜ ସେନା ମାଧ୍ୟମରେ ଆତଙ୍କବାଦ ସୃଷ୍ଟି କରୁଥିଲା। ଏବେ ଓୱେସୀ ମଧ୍ୟ ଉତ୍ତେଜନା ମୂଳକ ଭାଷଣ ଦେଇ ରକ୍ତମୁଖା ହେବାକୁ ଲୋକଙ୍କୁ ଉସକାଉଥିବା ସେ କହିଛନ୍ତି। ମୁସଲିମ ପର୍ସନାଲ ଲ’ ବୋର୍ଡ ଓୱେସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି।