ସ୍ୱଚ୍ଛ ଭାରତ ମିସନରେ ‘ସ୍ୱଚ୍ଛ ସାଥୀ’ ଭାବେ ମହିଳା କାର୍ଯ୍ୟ କରିବେ, ଏଣିକି ଏସଏଚଜି ମହିଳାଙ୍କୁ ମଳିବ ଆତ୍ମନିଯୁକ୍ତି : ପ୍ରତାପ ଜେନା

ଭୁବନେଶ୍ୱର:ଏଣିକି ସହରାଞ୍ଚଳରେ ଏସଏଚଜି ମହିଳାଙ୍କୁ ଆତ୍ମନିଯୁକ୍ତିର ସୁଯୋଗ ମିଳିବ ।  ମହିଳାଙ୍କୁ ନିଯୁକ୍ତି ଏହି ସୁଯୋଗ ଦେବ ରାଜ୍ୟ ନଗର ଉନ୍ନୟନ ବିଭାଗ । ଏନେଇ  ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା ଦେଇଛନ୍ତି ।

ସ୍ୱଚ୍ଛ ଭାରତ ମିସନରେ ‘ସ୍ୱଚ୍ଛ ସାଥୀ’ ଭାବେ ମହିଳା କାର୍ଯ୍ୟ କରିବେ ।  ଜଳ ସାଥୀ ଭାବେ ପାଣି ବିଲ୍‌ ମଧ୍ୟ ଆଦାୟ କରିବେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା । ଏହା ସହ ମହିଳାମାନେ ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଣ୍ଟ, ସେପ୍ଟେଜ୍‌ ପ୍ଲାଣ୍ଟରେ ମଧ୍ୟ ନିଯୁକ୍ତି ପାଇପାରିବେ । ଗୋଷ୍ଠୀ କେନ୍ଦ୍ର ଓ ଆହାର କେନ୍ଦ୍ରରେ ମଧ୍ୟ ଏସଏଚଜି ମହିଳାଙ୍କୁ ଆତ୍ମନିଯୁକ୍ତି ପ୍ରଦାନ କରାଯିବ ।  ସମସ୍ତ ୧୧୪ଟି ପୌରାଞ୍ଚଳରେ ୩୦ ହଜାର ଏସଏଚଜି ଗଠନ କରାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା ଦେଇଛନ୍ତି ।