୩ ଅଣ୍ଡା ପାଇଁ ବିଶାଲ ଶେଖର ଦେଲେ ୧୬୭୨ ଟଙ୍କା

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଶେଖର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ଥାନ୍ତି । ତାଙ୍କୁ ୩ ଟି ଅଣ୍ଡା ପାଇଁ ୧୬୭୨ ଟଙ୍କା ଦେବାକୁ ପଡିଲା ବୋଲି ସେ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କଥାଟା ହେଉଛି, ଅହମ୍ମଦାବାଦର ,ଏକ ହୋଟେଲରେ ସେ ୩ ଟି ଅଣ୍ଡାର ଧଳା ଅଂଶ ଖାଇବା ପାଇଁ ଅର୍ଡର କରିଥିଲେ । ଏହାପରେ ଏହି ୩ଟି ଅଣ୍ଡା ଖାଇବା ପାଇଁ ତାଙ୍କୁ ହୋଟେଲକୁ ୧୬୭୨ ଟଙ୍କା ଦେବାକୁ ପଡିଥିଲା ।

ଏହା ପୂର୍ବରୁ ଚଣ୍ଡିଗନର ଜେଡବ୍ଳୁ ମେରିୟଟ ହୋଟେଲରେ ଅଭିନେତା ରାହୁଲ ବୋସ ୨ଟି କଦଳୀ ପାଇଁ ୪୪୨ ଟଙ୍କା ଦେଇଥିଲେ । ଏହା ପରେ ଚଣ୍ଡିଗଡ଼ ଅବକାରୀ ବିଭାଗ ସଂପୃକ୍ତ ହୋଟେଲ ଉପରେ ୨୫ ହଜାର ଟଙ୍କା ଜରିମାନ ଦଣ୍ଡ ଆଦେଶ ଦେଇଥିଲା । ଏହି ଘଟଣା ପରେ କାର୍ତ୍ତିକ ଧର ନାଁରେ ଜଣେ ବ୍ୟକ୍ତି ଏକ ଫଟୋ ସେୟାର କରିଥିଲେ, ଯେଉଁ ଥିରେ ସେ ୨ଟି ସିଝା ଅଣ୍ଡା ପାଇଁ ୧୭୦୦ ଟଙ୍କା ଦେଇଥିବା ଦାବି କରିଥିଲେ ।