ଭାରତ-ବାଙ୍ଗଲାଦେଶ ମଧ୍ୟରେ ୭ ଚୁକ୍ତି ସ୍ଵାକ୍ଷର

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଙ୍ଗଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସାକ୍ଷାତକାର ପରେ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ୭ଟି ଚୁକ୍ତି ସ୍ଵାକ୍ଷରିତ ହୋଇଛି। ଦୁଇ ସମକକ୍ଷ ନେତା ବାଙ୍ଗଲାଦେଶରୁ ଏଲପିଜି ଆମଦାନୀ ସମେତ ୩ଟି ପ୍ରୋଜେକ୍ଟ ଲଂଚ୍ କରିଛନ୍ତି। ଭିଡିଓ କନଫରେନ୍ସିଙ୍ଗ୍ ମାଧ୍ୟମରେ ଏହି ତିନୋଟି ପ୍ରୋଜେକ୍ଟର ଲୋକାର୍ପଣ କରାଯାଇଛି। ଶେଖ ହସିନାଙ୍କ ସହ ଗଣମାଧ୍ୟମ ସମ୍ମିଳନୀରେ ମୋଦୀ କହିଛନ୍ତି କି, ଗତ ଏକ ବର୍ଷ ମଧ୍ୟରେ ବାଙ୍ଗଲାଦେଶ ସହ ୧୨ଟି ମିଳିତ ପ୍ରୋଜେକ୍ଟ ଉଦଘାଟନ କରିବାକୁ ଅବସର ମିଳିଛି। 

ମୋଦୀ କହିଛନ୍ତି କି, ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ୩ଟି ପରିଯୋଜନାର ଶିଳାନ୍ୟାସ କରିବାକୁ ସୁଯୋଗ ମିଳିଛି। ଏକ ବର୍ଷ ମଧ୍ୟରେ ଆମେ ୧୨ଟି ମିଳିତ ପ୍ରୋଜେକ୍ଟ ଉଦଘାଟନ କରିଛୁ। ଏବେ ଶିଳାନ୍ୟାସ କରାଯାଇଥିବା ୩ଟି ଅଲଗା ଅଲଗା କ୍ଷେତ୍ର ହେଉଛି- ଏଲପିଜି ଆମଦାନୀ, ଭୋକେଶନାଲ ଟ୍ରେନିଙ୍ଗ୍, ସୋସିଆଲ ସୁବିଧା। ଏହି ତିନୋଟି ପ୍ରେଜେକ୍ଟର ମହତ୍ଵ ଉଦ୍ଦେଶ୍ୟ ରହିଛି। ଏହାଦ୍ଵାରା ଲୋକମାନଙ୍କୁ ଖୁବ୍ ସୁବିଧା ମିଳିବ। ବାଙ୍ଗଲାଦେଶରୁ ଏଲପିଜି ଆମଦାନୀ କରିବା ଦ୍ଵାରା ଆମଦାନୀ ଓ ରୋଜଗାର ବଢିବ। ଯୋଗାଯୋଗର ମାଧ୍ୟମରେ ୧୫୦୦ କିମି ହ୍ରାସ ହେଲେ ଆର୍ଥିକ ଲାଭ ମିଳିବ। ପରିବେଶକୁ ମଧ୍ୟ କମ୍ କ୍ଷତି ହେବ।

ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି କି, ଢାକାର ରାମକ୍ରିଷ୍ଣ ମିଶନରେ ବିବେକାନନ୍ଦ ଭବନର ପ୍ରୋଜେକ୍ଟ ଦୁଇ ମହାନୁଭବଙ୍କ ଜିବନୀ ଦ୍ଵାରା ଅନୁପ୍ରାଣିତ। ଆମ ଜୀବନରେ ରାମକୃଷ୍ଣ ପରମହଂସ ଓ ସ୍ଵାମୀ ବିବେକାନନ୍ଦଙ୍କର ଖୁବ୍ ପ୍ରଭାବ ରହିଛି। ବିବେକାନନ୍ଦ ଭବନରେ ୧୦୦ରୁ ଅଧିକ ବିଶ୍ଵବିଦ୍ୟାଳୟର ଛାତ୍ର ଏବଂ ରିସର୍ଚ ସ୍କଲାରଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।