ପୁଣି ଥରେ ମୋଦୀଙ୍କୁ ପ୍ରଶଂସା କଲେ ଥରୁର

ନୂଆଦିଲ୍ଲୀ:ମୋଦୀଙ୍କ ଯୁଗ ପରିବର୍ତ୍ତନକାରୀ ପଦକ୍ଷେପ ଓ ଜନମଙ୍ଗଳକାରୀ ଯୋଜନା ପାଇଁ ସାରା ବିଶ୍ଵରେ ଆଦରଣୀୟ ହୋଇ ପାରିଛନ୍ତି। ଏଥିରେ ବିପକ୍ଷ ବା ବର୍ତ୍ତିବେ କେଉଁଠୁ। ତେବେ କେରଳର ତିରୁଅନନ୍ତପୁରମ ଲୋକସଭା ଆସନରୁ କଂଗ୍ରେସ ସାଂସଦ ଶଶି ଥରୁର ପୁଣି ଥରେ ମୋଦୀ ସରକାରଙ୍କ ପ୍ରଶଂସା କରିଛନ୍ତି। ଗତ କିଛି ଦିନ ପୂର୍ବରୁ ସେ ଟ୍ଵିଟ୍ କରି ମୋଦୀଙ୍କୁ ପ୍ରଶଂସା କରିଥିଲେ। ଯାହାପରେ କଂଗ୍ରେସ ତାରଙ୍କୁ ନୋଟିସ ଜାରୀ କରି ସ୍ପଷ୍ଟୀକରଣ ମାଗିଥିଲା। ଏହି କ୍ରମରେ ଆଜି ପୁଣି ଥରେ ଥରୁର ମୋଦୀଙ୍କ ପ୍ରଶଂସା କରିଛନ୍ତି। 

ପ୍ରଧାନମନ୍ତ୍ରୀ ମୋଦୀ ସମ୍ପୂର୍ଣ୍ଣ ଦେଶରେ ୨୦୧୪ରେ ୩୧ ପ୍ରତିଶତ ତୁଳନାରେ ବିଜେପିର ମତ ପ୍ରତିଶତ ୨୦୧୯ରେ ୩୭ ପ୍ରତିଶତରେ ପହଁଚାଇଛନ୍ତି। ତେଣୁ ଗୋଟିଏ ରାଜନୈତିକ ଦଳ ହିସାବରେ କଂଗ୍ରେସକୁ ଏହା ବୁଝିବାକୁ ପଡିବ ଯେ ତାହାକୁ କେବଳ ୧୯ପ୍ରତିଶତ ମତ କଣ ପାଇଁ ମିଳିଛି। ମୋଦୀ ପ୍ରଶଂସା ଯୋଗ୍ୟ ଖୁବ୍ କମ୍ କାମ କରିଛନ୍ତି କିନ୍ତୁ ଏହା ସତ୍ଵେ ମଧ୍ୟ ତାଙ୍କୁ ଦେଶରେ ବହୁ ମାତ୍ରାରେ ଜନାଦେଶ ମିଳିଛି ବୋଲି ଥରୁର କହିଛନ୍ତି।

ଏହା ପୂର୍ବରୁ ଥରୁର କହିଥିଲେ କି, ମୋଦୀ ଯେତେବେଳେ କିଛି ଭଲ କୁହନ୍ତି କିମ୍ବା କିଛି ଭଲ କରନ୍ତି ତେବେ ତାଙ୍କୁ ପ୍ରଶଂସା କରିଵା ଉଚିତ୍। ଏଭଳି କରିବା ଦ୍ଵାରା ଆମେ ଯେତେବେଳେ ତାଙ୍କ ଭୁଲ ବିଷୟରେ ଆଲୋଚନା କରିବା ସମୟରେ ଏହାକୁ ଦୃଢତାର ସହ ଗ୍ରହଣ କରାଯିବ। ବିପକ୍ଷର ଯେଉଁମାନେ ମୋ ସହ ସହମତ ସେମାନଙ୍କୁ ମୁଁ ସ୍ଵାଗତ କରୁଛି। ତେବେ ତାଙ୍କର ଏଭଳି ପ୍ରତିକ୍ରିୟା ପରେ କଂଗ୍ରେସ ନୋଟିସ୍ ଜାରୀ କରି ତାଙ୍କୁ ସ୍ପଷ୍ଟୀକରଣ ମାଗିଥିଲା। ଯାହାର ଥରୁର ଉଚିତ୍ ଜବାବ ଦେଇଥିଲେ। ଏହାପରେ ରାମଚନ୍ଦ୍ର କହିଥିଲେ କି, ଥରୁରଙ୍କ ବୟାନ ଯଥାର୍ଥ ଥିଲା ଏଥିରେ କାର‌୍ୟ୍ୟାନୁଷ୍ଠାନ ନେବାର କୌଣସୀ ଆବଶ୍ୟକତା ନାହିଁ।