ସେୟାର ମାର୍କେଟରେ କୋରୋନା ମାଡ; ଖସିଲା ସେନ୍ସେକ୍ସ

ମୁମ୍ବାଇ: ବିଶ୍ୱବ୍ୟାପି କୋରୋନା ଭାଇରସ ଭୟ ଲାଗିଥିବାବେଳେ ଏଥିରୁ ବାଦ୍ ପଡିନି ସେୟାର ମାର୍କେଟ । କୋରୋନା ଯୋଗୁଁ କିଛି ଦିନ ହେବ ଭାରତୀୟ ସେୟାର ମାର୍କେଟ ହ୍ରାସ ପାଇବାରେ ଲାଗିଛି । ଆଜି ସେୟାର ମାର୍କେଟ ଖୋଲିବା ପରେ ସେନ୍ସକ୍ସରେ ୩୨୦୦ ଅଙ୍କ ହ୍ରାସ ପାଇଥିଲା ହେଲେ ପରେ ପରେ ଦିନ ବଢିବା ସହ ଏହି ଅଙ୍କରେ ସାମାନ୍ୟ ସୁଧାର ଆସି ଏହା ୨୯୦୦ ଅଙ୍କରେ ପହଂଚିଥିଲା ।

ସେନ୍ସକ୍ସର ଏପରି ପ୍ରଦର୍ଶନରେ ସବୁଠାରୁ ଅଧିକ କ୍ଷତି ସହଛି ଏସିଆର ସବୁଠାରୁ ଧନୀ ବ୍ୟକ୍ତି ବୋଲାଉଥିଲା ମୁକେଶ ଅମ୍ୱାନୀଙ୍କ ରିଲାଏନ୍ସ କମ୍ପାନୀ । ରିଲାଏନ୍ସର ସେୟାର ପରିମାଣରେ ଆଜି ଏତେ ତଳକୁ ଆସିଛି ଯାହା ଗତ ୫୨ ସପ୍ତାହ ମଧ୍ୟରେ ସବୁଠାରୁ ନିମ୍ନ ସ୍ତରରେ ପହଂଚିଛି । ଆଜି ସେନ୍ସକ୍ସରେ ରେକର୍ଡ ପରିମାଣରେ ଅଙ୍କ ହ୍ରାସ ପାଇବା ସହ ରିଲାଏନ୍ସ କମ୍ପାନୀର ସେୟାର ମୂଲ୍ୟ ମଧ୍ୟ ୧୦୪୮ରେ ପହଂଚିଥିବା ଜଣାପଡିଛି । ୨୭ ଡିସେମ୍ୱର ୨୦୧୯ ରେ ରିଲାଏନ୍ସର ପରିମାଣ ୧୫୩୭ ଟଙ୍କା ଥିବା ବେଳେ ବିଗତ ୭୦ ଦିନ ମଧ୍ୟରେ ସେୟାର ପରିମାଣ ହ୍ରାସ ପାଇକି ୧୦୪୮ ରେପହଂଚିଛି । ଗୋଟିଏ ସେୟାର ମୂଲ୍ୟରେ ୪୭୫ ଟଙ୍କା ହ୍ରାସ ପାଇଥିବା ଜଣାପଡିଛି ଅର୍ଥାତ କୋରୋନା ଭାଇରସ ଓ ଅନ୍ୟକାରଣ ପାଇଁ ରିଲାଏନ୍ସର ସେୟାରରେ ୩୦ ପ୍ରତିଶତ ହ୍ରାସ ପାଇଥିବା ଜଣାପଡିଛି ।