ଭୁବନେଶ୍ୱର ଠାରେ ୮ମ ଶମ୍ଭାବୀ ପୁରସ୍କାର ୨୦୨୧ ଉତ୍ସବ ଅନୁଷ୍ଠିତ
୨୦୧୪ ରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ୍) ଏହି ସମ୍ମାନଜନକ ଶମ୍ଭାବୀ ପୁରସ୍କାରର ଆରମ୍ଭ କରିଥିଲେ
ଭୁବନେଶ୍ୱର : ଭୁବନେଶ୍ୱର ଠାରେ ୮ମ ଶମ୍ଭାବୀ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଛି । ୨୦୧୪ ରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ୍) ଏହି ସମ୍ମାନଜନକ ଶମ୍ଭାବୀ ପୁରସ୍କାରର ଆରମ୍ଭ କରିଥିଲେ ଯାହାର ଉଦ୍ଦେଶ୍ୟ ରହିଥିଲା “ସାମାଜିକ ପରିବର୍ତନର ସୂତ୍ରଧରମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ଓ ଅନ୍ୟମାନଙ୍କୁ
ସେମାନଙ୍କର ମାର୍ଗ ଅନୁସରଣ କରିବା ନିମନ୍ତେ ପ୍ରୋତ୍ସାହିତ କରିବା ।”
“ଶମ୍ଭାବୀ ପୁରସ୍କାର ୨୦୨୧” କୁ ଶ୍ରୀଯୁକ୍ତ କ୍ଷୀରୋଦ ସାହୁଙ୍କୁ ମିସ୍ ପରମିତା ପଣ୍ଡା (ବିଆଇପିଏଫ୍ ର ଟ୍ରଷ୍ଟି ଓ ୟୁଏମଏସଏଲ୍ ଲିମିଟେଡଙ୍କ ଭାଇସ-ଚେୟାରମ୍ୟାନ ଓ ପରିଚାଳନା ନର୍ଦ୍ଦେଶକ) ଙ୍କ ଦ୍ୱାରା ପ୍ରଦାନ କରାଯାଇଛି ।
ଶ୍ରୀଯୁକ୍ତ ସାହୁଙ୍କୁ ତାଙ୍କର ନିଃସ୍ୱାର୍ଥପର ସେବା ଓ ଓଡ଼ିଶାର ଅନୁଗୁଳ ଜିଲ୍ଲାର ଅନେକ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ଅ।।ଣିଥିବା ହେତୁ ଚୟନ କରାଯାଇଛି । ସେ ଏହି ଜନହିତକାରୀ କାର୍ଯ୍ୟକୁ ମାତ୍ର ୧୨ ବର୍ଷ ବୟସରୁ ଆରମ୍ଭ କରିଥିଲେ ଓ ବିଶ୍ୱାସ କରନ୍ତି ଯେ ଜୀବନ ହେଉଛି ମୂଲ୍ୟବାନ ଓ ଏହାର ସୁରକ୍ଷା ପାଇଁ ସେ ଅନେକ ରକ୍ତ ଦାନ ଶିବିରର ଆୟୋଜନ କରିଛନ୍ତି । ଏହା ଫଳରେ ଶହ ଶହ ରୋଗୀ ଓ ଥାଲସେମିଆ ଶିଶୁମାନେ ସହାୟତା ପାଇ ପାରିଛନ୍ତି । ସେ ମଧ୍ୟ
ଜଣେ ୨୮ ବର୍ଷର ମହିଳାଙ୍କ ଏକ ଦୁର୍ଲ୍ଲଭ “ବମ୍ବେ ଫେନୋଟାଇପ୍” ରକ୍ତ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି ଯାହାକି ଏକ ଉଲ୍ଲେଖନୀୟ ବିଷୟ । ଶ୍ରୀଯୁକ୍ତ କ୍ଷୀରୋଦ ୨୪ଙ୍ଘ୭ ସହାୟତା ପାଇଁ ପ୍ରସ୍ତୁତ ରହିଥାନ୍ତି ଯାହାକି ତାଙ୍କର ସେବାର ଅଦମ୍ୟ ଉତ୍ସାହକୁ ଦର୍ଶାଇଥାଏ । ବିଗତ କିଛି ବର୍ଷ ଧରି ସେ ଛୋଟ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା ସୃଷ୍ଟି କରୁଛନ୍ତି । ସଚେତନତା ମାଧ୍ୟମରେ ସେ ଅନେକ ଆର୍ଥିକ ଦୁର୍ବଳ ପିଲାମାନଙ୍କୁ ପୁଣି ଥରେ ସ୍କୁଲକୁ ପଠାଇବାରେ ସକ୍ଷମ ହୋଇ ପାରିଛନ୍ତି । ସେ ମଧ୍ୟ ଶିଶୁ ବିବାହ, ନିଶା ନିବାରଣ, ଘରୋଇ ହିଂସା ଓ ସାମାଜିକ କୁପ୍ରଥାକୁ ଦୂର କରିବା ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ଅନଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ସଚେତନତା ସୃଷ୍ଟି ଦିଗରେ ତାଙ୍କର ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବଂଶୀଧର ଆଣ୍ଡ ଇଲା ଫାଉଣ୍ଡେସନ (ବିଆଇପିଏଫ୍) ଶ୍ରୀଯୁକ୍ତ କ୍ଷୀରୋଧ ସାହୁଙ୍କୁ ଶମ୍ଭାବୀ ପୁରସ୍କାର ୨୦୨୧ ପ୍ରଦାନ କରିଛି ଓ ଏଥିରେ ଏକ ସ୍ମାରକ, ପ୍ରଶଂସା ପତ୍ର ଓ ଟ.୨,୫୦,୦୦୦/- ର ନଗଦ ପୁରସ୍କାର ପ୍ରଦାନ କରାଯାଇଛି ।
ବିଆଇପିଏଫ୍ ଏପରି ଲୋକମାନଙ୍କୁ ସ୍ୱୀକୃତି ପ୍ରଦାନ କରିଥାଏ ଯେଉଁମାନେ ସମାଜକୁ ଦିଗଦର୍ଶନ ପ୍ରଦାନ କରିବା ସହିତ ଏକ ଉଦାହରଣ ସୃଷ୍ଟି କରିଥାନ୍ତି । ଚଳିତ ବର୍ଷ ବିଆଇପିଏଫ୍ “ଜୁରି କମେଣ୍ଡେସନ ସାର୍ଟିଫିକେଟ ୨୦୨୧” ଶ୍ରୀମତୀ ନିବେଦିତା ଲେଙ୍କାକୁ ଶ୍ରୀଯୁକ୍ତ ଅରବିନ୍ଦ ବେହେରା (ଟ୍ରଷ୍ଟି ବିଆଇପିଏଫ୍ ଓ ଅବସରପ୍ରାପ୍ତ ଆଇଏଏସ୍ ଅଫିସର) ଙ୍କ ଦ୍ୱାରା ପ୍ରଦାନ କରାଯାଇଛି । “ଯଶୋଦା ମା” ଭାବରେ ଜଣାଶୁଣା ଶ୍ରୀମତୀ ନିବେଦିତା ଲେଙ୍କା ୧୦୦ ରୁ ଅଧିକ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଏହା ସହିତ ସେ ସାଧାରଣ ସୁବିଧା ସୁଯୋଗରୁ ବଂଚିତ ଶିଶୁ ଓ କିଶୋର, ଉତ୍ପୀଡ଼ନର ଶୀକାର ମହିଳା ଓ ବାସହୀନ ବ୍ୟକ୍ତିମାନଙ୍କୁ ମଧ୍ୟ ସେବା ପ୍ରଦାନ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ତାଙ୍କର ପରାମର୍ଶ ଓ ତତ୍ୱାବଧାନରେ ଅନେକ ପିଲା ପାଠରେ ସଫଳତା ହାସଲ କରି ନିଜର ଜୀବିକା
ନିର୍ବାହରେ ସକ୍ଷମ ହୋଇ ପାରିଛନ୍ତି । ଭୁବନେଶ୍ୱରର ଅସହାୟ ଲୋକମାନଙ୍କର ଏହି ନିସ୍ୱାର୍ଥପର ସେବାର ଆଗ୍ରହର ସ୍ୱୀକୃତି କ୍ରମେ ଶ୍ରୀମତୀ ନିବେଦିତା ଲେଙ୍କାଙ୍କୁ ବଂଶୀଧର ଆଣ୍ଡ ଇଲା ଫାଉଣ୍ଡେସନ (ବିଆଇପିଏଫ୍) ଶମ୍ଭାବୀ ପୁରସ୍କାର ଜୁରି କମ୍ପେଣ୍ଡେସନ ସାର୍ଟିଫିକେଟ୍ ୨୦୨୧ ପ୍ରଦାନ କରିଛି ଓ ଏଥିରେ ପ୍ରଶଂସା ପତ୍ର ଓ ଟ.୫୦,୦୦୦/- ର ନଗଦ ପୁରସ୍କାର ପ୍ରଦାନ କରାଯାଇଛି ।
ଶମ୍ଭାବୀ ପୁରସ୍କାର ୨୦୨୧ ଅବସରରେ ସୂଚନା ପ୍ରଦାନ କରି : ମିସ୍ ପରମିତା ପଣ୍ଡା (ଟ୍ରଷ୍ଟି ବିଆଇପିଏଫ୍) କହିଛନ୍ତି ଯେ, “ନିସ୍ୱାର୍ଥପର ହେଲେ ଯାଇ ଜଣେ ସମାଜ ପାଇଁ କିଛି କରିବାରେ ସକ୍ଷମ ହୋଇପାରିବ । କଠିନ ପରିଶ୍ରମ, ଦୃଢ଼ ଇଚ୍ଛା ଶକ୍ତି, ଉଲ୍ଲେଖନୀୟ ଅବଦାନ, ପରିବର୍ତନର ଆବାହକ, ଆମ ସମାଜର ରୋଲ୍ ମଡେଲ୍ ଭାବରେ ସମାଜର ଅସହାୟ ଲୋକଙ୍କୁ ସହଯୋଗର ହାତ ବଢ଼ାଇଥିବା, ଶ୍ରୀଯୁକ୍ତ କ୍ଷୀରୋଦ ସାହୁ ଓ ଶ୍ରୀମତୀ ନିବେଦିତ ଲେଙ୍କାଙ୍କ ପାଇଁ ଏହା ହେଉଛି ସେମାନଙ୍କର ଦୀର୍ଘ ଯାତ୍ରାର ମାଇଲଖୁଂଟ ମାତ୍ର ।” ଡା. ସୁଧାକର ପଣ୍ଡା, ନିର୍ଦ୍ଦେଶକ ନାଇଜର, କହିଛନ୍ତି ଯେ, “ମୁଁ ଆଶା କରୁଛି ଶମ୍ଭାବୀ ପୁରସ୍କାର ଆମ ରାଜ୍ୟର ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧି ପାଇଁ ଲୋକମାନଙ୍କୁ ଆଗେଇ ଆସିବା ନିମନ୍ତେ ନିଶ୍ଚିତ ଭାବରେ ପ୍ରୋତ୍ସାହିତ କରିବ । ମୁଁ ମଧ୍ୟ ଏହି ମହାନ୍ କାର୍ଯ୍ୟରେ ସାମିଲ୍ ହୋଇଥିବା ସମସ୍ତ ଆବେଦକ ଓ ଅନୁଷ୍ଠାନମାନଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରୁଛି ଯେଉଁମାନେ ସମାଜର ଉନ୍ନତି ପାଇଁ ନିଜକୁ ସମର୍ପିତ କରିଛନ୍ତି ।” ମିସ୍ ଶୈଫାଲିକା ପଣ୍ଡା, ସିଇଓ, ବିଆଇପିଏଫ୍, କହିଛନ୍ତି ଯେ, “ମହାମାରୀ ପରି ପ୍ରତିକୂଳ ସମୟରେ ଶ୍ରୀଯୁକ୍ତ ସାହୁ ଓ ଶ୍ରୀମତୀ ଲେଙ୍କା ଅସହାୟମାନଙ୍କର ସେବା ପ୍ରଦାନ ପାଇଁ ଯେପରି ସେମାନଙ୍କର ଉତ୍ସାହ ପ୍ରଦର୍ଶନ କରିଛନ୍ତି ତାହା ସତରେ ଅବିଶ୍ୱସନୀୟ । ସେମାନେ ବାସ୍ତବରେ ସମାଜ ପାଇଁ ଏକ ପ୍ରେରଣା ।” ଏହି କାର୍ଯ୍ୟକ୍ରମରେ ଶମ୍ଭାବୀ ପୁରସ୍କାର ୨୦୨୧ ର ବିଚାରକ ମଣ୍ଡଳୀ ଶ୍ରୀଯୁକ୍ତ ସରୋଜ କୁମାର ମହାପାତ୍ର (ଆୟକର କମିଶନର, ଆଡମିନ୍), ଡା. ସୁଧାକର ପଣ୍ଡା (ନିର୍ଦ୍ଦେଶକ -ନାଇଜର), ପ୍ରଫେସର ଡା. ଆଦିତ୍ୟ କୁମାର ମହାନ୍ତି (ପ୍ରତିଷ୍ଠାତା ଚେୟାରମ୍ୟାନ, ଆଦୃତ ଚିଲ୍ଡ୍ରେନ୍ ହୋମ୍), ଶ୍ରୀଯୁକ୍ତ ଅଶୋକ ପ୍ରଧାନ (ସିନିୟର ଆସିଷ୍ଟାଂଟ ଏଡିଟର, ଦି ଟାଇମ୍ସ ଅଫ୍ ଇଣ୍ଡିଆ) ମିସ୍ ଶୈଫାଲିକା ପଣ୍ଡା (ସିଇଓ-ବିଆଇପିଏଫ୍) ଭର୍ଚୁଆଲ୍ ମାଧ୍ୟମରେ ଉପସ୍ଥିତ ରହିଥିଲେ । ଡା. ବସନ୍ତ କୁମାର (ଅବସରପ୍ରାପ୍ତ ପ୍ରଫେସର, ଗବେଷଣାକାରୀ, ଶିକ୍ଷାବିତ୍, ଫ୍ରିଲାନ୍ସର ଓ ଆଇନ ପରାମର୍ଶଦାତା) ଏହି ସଂସ୍କରଣର କ୍ଷେତ୍ର ଆକଳନକାରୀ ଥିଲେ । ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଶ୍ରୀଯୁକ୍ତ ଟି.ସି. ହୋତା (ଏକ୍ଜିକ୍ୟୁଟିଭ୍-ଭିପି, ବିଆଇପିଏଫ୍) ଓ ଶ୍ରୀଯୁକ୍ତ ଅଶୋକ କୁମାର ବେହେରା (ଭିପି-ବିଆଇପିଏଫ୍) ଉପସ୍ଥିତ ଥିଲେ ।
ସାମାଜିକ ପରିବର୍ତନର ସୂତ୍ରଧରମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ଓ ଅନ୍ୟମାନଙ୍କୁ ସେମାନଙ୍କର ମାର୍ଗ ଅନୁସରଣ କରିବା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ସମାଜର ଶମ୍ଭାବୀ ପୁରସ୍କାରକୁ ୨୦୧୪ ରେ ବିଆଇପିଏଫ୍ ଦ୍ୱାରା ଆରମ୍ଭ କରାଯାଇଥିଲା ଏଥିରେ ପ୍ରଶଂସା ପତ୍ର ଓ ଟ.୨୫୦୦୦୦/-ର ନଗଦ ପୁରସ୍କାର ପ୍ରଦାନ କରାଯାଇଥାଏ । ଶମ୍ଭାବୀ ଜୁରି କମେଣ୍ଡେସନ ସାର୍ଟିଫିକେସନ ରେ ପ୍ରଶଂସା ପତ୍ର ଓ ଟ.୫୦,୦୦୦ ର ନଗଦ ପୁରସ୍କାର ପ୍ରଦାନ କରାଯାଇଥାଏ ।
ବିଆଇପିଏଫ୍ ସମ୍ବନ୍ଧରେ : ସ୍ୱର୍ଗତ ଡା. ବଂଶୀଧର ପଣ୍ଡା ଓ ଶ୍ରୀମତୀ ଇଲା ପଣ୍ଡା ବିଶ୍ୱାସ କରୁଥିଲେ ଯେ ସମାଜର ଦୁର୍ବଳ ବର୍ଗଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଦ୍ୱାରା ସମଗ୍ର ସମାଜ ଲାଭାନ୍ୱିତ ହୋଇଥାନ୍ତି । ଏହି ବିଶ୍ୱାସ ଆଧାରରେ ସେମାନେ ଓଡ଼ିଶାର ଆର୍ଥିକ ଅନଗ୍ରସର ଲୋକମାନଙ୍କ ସହିତ ମିଶି କାର୍ଯ୍ୟ ଆରମ୍ଭ କରିଥିଲେ । ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ନିର୍ବାହ ଓ ଜଳ ପରିମଳ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ୨୦୧୧ ରେ ବଂଶୀଧର ଓ ଇଲା ଫାଉଣ୍ଡେସନକୁ ସ୍ଥାପନ କରାଯାଇଥିଲା । ବିଆଇପିଏଫ୍ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ତଥା ସ୍ଥାନୀୟ ଓ ଆନ୍ତର୍ଜାତୀୟ ଅନୁଷ୍ଠାନ ସହିତ ମଧ୍ୟ ସହଭାଗୀତା ସ୍ଥାପନ କରୁଅଛି । ବିଆଇପିଏଫ୍ କଟକ, ରାୟଗଡ଼ା, କେଉଁଝର, ଯାଜପୁର ଓ ଅନଗୁଳ ଜିଲ୍ଲାରେ କାର୍ଯ୍ୟ କରୁଛି । ବର୍ତମାନ ଫାଉଣ୍ଡେସନର ଭୌଗୋଳିକ ପରିସୀମା ଓଡ଼ିଶାର ପାଂଚଟି ଜିଲ୍ଲାକୁ ସଂପ୍ରସାରିତ ହୋଇଛି ଯେଉଁଥିରେ ପ୍ରାୟ ୨୦୦ ଗ୍ରାମ ସାମିଲ୍ ଅଟନ୍ତି ।