ଶକ୍ତିକାନ୍ତ ଦାସ ହେଲେ ରିଜର୍ଭ ବ୍ୟାଙ୍କର ନୂଆ ଗର୍ଭରଣ୍ଣର

ଭୁବନେଶ୍ୱର : ଶକ୍ତିକାନ୍ତ ଦାସ ହେଲେ ରିଜର୍ଭ ବ୍ୟାଙ୍କର ନୂଆ ଗର୍ଭରଣ୍ଣର । କେନ୍ଦ୍ର ସରକାର ଆଜି ଶକ୍ତିକାନ୍ତଙ୍କୁ ଏହି ନୂଆ ନିଯୁକ୍ତି ଦେଇଛନ୍ତି । ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ପଦରୁ ଉର୍ଜିତ ପଟେଲ ଇସ୍ତଫା ଦେବା ପରେ ରିଜର୍ଭ ବ୍ୟାଙ୍କର ନୂତନ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସଙ୍କୁ କେନ୍ଦ୍ର ସରକାର ଆଜି ସନ୍ଧ୍ୟାରେ ନିଯୁକ୍ତି ଦେଇଛନ୍ତି। ଆସନ୍ତା ବର୍ଷ ସେପ୍ଟେମ୍ବରରେ ଉର୍ଜିତ ପଟେଲଙ୍କ କାର‌୍ୟ୍ୟକାଳ ଶେଷ ହେବାକୁ ଥିବାବେଳେ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେବା ପରେ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ପଦବୀ ଖାଲି ପଡ଼ିଥିଲା।