ଅଭିନେତ୍ରୀ ଶବାନା ଆଜ୍ମୀ ଡାକ୍ତରଖାନାରେ ଭର୍ତି

ମୁମ୍ବାଇ: ବଲିଉଡ୍ ବରିଷ୍ଠ ଅଭିନେତ୍ରୀ ଶବାନା ଆଜ୍ମୀ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡ଼ିଛି । ସେ ସ୍ୱାଇନ୍ ଫ୍ଲୁରେ ପୀଡିତ ହୋଇଥିବା ଜଣାପଡ଼ିଛି । ସେ କିଛିଦିନ ହେବ ଥଣ୍ଡାକାଶରେ ପୀଡିତ ଥିଲେ । ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ ପରୀକ୍ଷା କରିବା ପରେ ସେ ସ୍ୱାଇନ୍ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା । ଶବାନାଙ୍କ କହିବା ଅନୁସାରେ, ନିଜ ସହିତ ତାଙ୍କୁ ସମୟ ବିତାଇବା ପାଇଁ ଖୁବ୍ କମ୍ ସମୟ ମିଳିଥିଲା । ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଅସୁସ୍ଥ ଥିବା ସତ୍ୱେ ଶବାନା ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ଅଛନ୍ତି ।