ଚାକିରୀ ଦେବା ନାଁରେ ଯୁବତୀଙ୍କୁ ପର୍ଣ୍ଣ ଭିଡିଓ ଦେଖାଇଲା ପ୍ଲେସମେଣ୍ଟ ଏଜେନ୍ସି, ତେବେ କଣ କଲେ ଯୁବତୀ..

ଭୋପାଲ : ଚାକିରୀ ପାଇଁ ଇଣ୍ଟରଭ୍ୟୁ ଡାକିଲେ । ଆଉ ଇଣ୍ଟର ଭ୍ୟୁ ଦେବା ପରେ ପର୍ଣ୍ଣ ଭିଡିଓ ଦେଖିବାକୁ କହିଲେ । ଏମିତି ଏକ ଖବରକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏମିତି ଅଭିଯୋଗ ହୋଇଛି ଭୋପାଳରେ । ପ୍ଲେସମେଣ୍ଟ ପାଇଁ ଗଣ ମାଧ୍ୟମରେ ଆଡଭାଟାଇଜମେଣ୍ଟ ଦେଇଥିଲା ଏକ ପ୍ଲେସ ମେଣ୍ଟ କମ୍ପାନୀ । ଏହା ପରେ ଚାକିରୀ ପାଇବାକୁ ଆବେଦନ କରିଥିଲେ ଯୁବତୀ । ଏଥିଲାଗି ଇଣ୍ଟର ଭ୍ୟୁ ଡାକିଥିଲେ ପ୍ଲେସମେଣ୍ଟ ସଂସ୍ଥା । ତା ପରେ ଇଣ୍ଟର ଭ୍ୟୁ ସରିବା ପରେ ଯୁବତୀଙ୍କୁ ପର୍ଣ୍ଣ ଫିଲ୍ମୀ ଦେଖାଇଥିଲା ପ୍ଲେସମେଣ୍ଟ ସଂସ୍ଥା । ।ଉ ସେଠାରୁ ଖସି ଆସି ଯୁବତୀ ଜଣଙ୍କ ପୋଲିସରେ ୍ଭିଯୋଗ କରିଥିଲେ । ଘଟଣାରେ ପୋଲିସ ପର୍ଣ୍ଣ ଫିଲ୍ମ ଦେଖାଇଥିବା ଯୁବକକୁ ଗିରଫ କରିଛି ।

ଅଭିଯୋଗ ଅନୁଯାୟୀ,ଚାକିରି ଦରକାର ହେବାରୁ ପୀଡ଼ିତା ଏକ ଘରୋଇ ପ୍ଲେସ୍‌ମେଣ୍ଟ ଏଜେନି୍ସ ସହ ସଂପର୍କ କରିଥିଲେ । ପୀଡ଼ିତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣି ତାଙ୍କୁ ଅଫିସକୁ ଡ଼କାଯିବା ସହ ଏଜେନ୍ସିର ନିର୍ଦ୍ଦେଶକ ରୁଦ୍ର ପ୍ରତାପଙ୍କୁ ଭେଟିବା ପାଇଁ କୁହାଯାଇଥିଲା । ରୁଦ୍ର ପ୍ରତାପଙ୍କୁ ଦେଖା କରିବା ପରେ ପୀଡ଼ିତାଙ୍କର ଇଣ୍ଟରଭିୟୁ ନିଆଯାଇ ତାଙ୍କୁ ଚାକିରି ପାଇଁ ବାଛିଥିଲେ ରୁଦ୍ର ପ୍ରତାପ । ବୁଧବାର ପୀଡ଼ିତା ଅଫିସରେ କାମ କରିବା ପାଇଁ ପହଞ୍ଚିବା ପରେ ରୁଦ୍ର ତାଙ୍କୁ କାମ ବୁଝାଇବା ପାଇଁ କହି ପର୍ଣ୍ଣ ଭିଡ଼ିଓ ଚଳାଇଥିଲେ । ଯାହାକୁ ଦେଖି ପୀଡ଼ିତା ଆଶ୍ଚର‌୍ୟ୍ୟ ହେବା ସହ ଏହାର କାରଣ ପଚାରିବାରୁ ଆଜିଠାରୁ ତୁମେ ଭିଡ଼ିଓରେ ଦେଖୁଥିବା କାମ କରିବ ବୋଲି ରୁଦ୍ର ପୀଡ଼ିତାଙ୍କୁ କହିଥିଲେ । ଚାକିରି କରିବାକୁ ହେଲେ ତୁମକୁ ମୋ ସହ ଶରୀରିକ ସଂପର୍କ ରଖିବାକୁ ହେବ ବୋଲି ରୁଦ୍ର କହିବା ପରେ ପୀଡ଼ିତା ସେଠାରୁ ଆସି ପୁଲିସରେ ଅଭିଯୋଗ କରିଥିଲେ ।