ୟୁନିଭରସିଟି ଲେଡିଜ ହଷ୍ଟେଲ ଲିଫ୍ଟ ଭିତରେ ଛାତ୍ରୀଙ୍କ ଆଗରେ ଯୌନାଚାରରେ ମାତିଲେ କର୍ମଚାରୀ, ଛାତ୍ର ଛାତ୍ରୀଙ୍କ ଆନ୍ଦୋଳନ

ଚେନ୍ନାଇ : ୟୁନିଭର ସିଟି ମହିଳା ହଷ୍ଟେଲରେ ଛାର୍ତୀ ମାନଙ୍କୁ ସୁରକ୍ଷା ଦେବା ୟୁନିବ୍ରସିଟି କତ୍ତୃପକ୍ଷଙ୍କ ଦାୟୀତ୍ୱ । ଏଥିଲାଗି ଫିସ ବି ନେଉଛି ୟୁନିଭରସିଟି । ହେଲେ ୟୁନିଭରସିଟି ଲିଫ୍ଟ ଭିତରେ ଛାତ୍ରୀଙ୍କ ଆଗରେ କର୍ମଚାରୀ ଯୌନାଚାରରେ ମାତିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ୟୁନିଭରସିଟିର ଛାତ୍ର ଛାତ୍ରୀ । ଘଟଣା ଘଟିଛି ଚେନ୍ନାଇର ଏସ୍‌ଆର୍‌ଏମ୍‌ ୟୁନିଭରସିଟି ପରିସରରେ

ଚେନ୍ନାଇର କାତନକୁଲାତୁର ଅଞ୍ଚଳରେ ଥିବା ଏସ୍‌ଆର୍‌ଏମ୍‌ ୟୁନିଭରସିଟି ପରିସରର ମହିଳା ହଷ୍ଟେଲ୍‌ ଲିପ୍ଟ ଭିତରେ ସଫେଇ କାର‌୍ୟ୍ୟ କରୁଥିବା ଜଣେ କର୍ମଚାରୀ ଇଞ୍ଜିନିୟରିଂ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀଙ୍କ ସମ୍ମୁଖରେ ଆପତ୍ତିଜନକ କାର‌୍ୟ୍ୟ କରିବା ପରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଛି। ଅଭିଯୁକ୍ତ କର୍ମଚାରୀ ଯୁବତୀଙ୍କ ସାମ୍ନାରେ ଏପରି କାର‌୍ୟ୍ୟ କରିବା ପରେ କେଉଁଆଡ଼େ ଦଉଡ଼ି ପଳାଇ ଯାଇଛନ୍ତି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଯୁବତୀ ଜଣକ କର୍ମଚାରୀଙ୍କ ବିରୋଧରେ ଯୌନ ଶୋଷର ଅଭିଯୋଗ ଆଣିବା ପରେ ତାଙ୍କୁ ଧରିବା ପାଇଁ ଖୋଜା ଚାଲିଛି ବୋଲି ସୂଚନା ରହିଛି।
ତେବେ, ସବୁଠାରୁ ଜଜ୍ଜାକର କଥା ହେଉଛି ଜଣେ ଛାତ୍ରୀ ଅଭିଯୋଗ ଆଣିଛନ୍ତି ଯେ ଏପରି ଘଟଣା ଘଟିବା ପରେ କେହି କେହି ଯୁବତୀମାନଙ୍କୁ ଦୋଷୀ କରିଛନ୍ତ। ଯୁବତୀମାନେ ପିନ୍ଧୁଥିବା ପୋଷାକ ହିଁ ଏପରି ପରିସ୍ଥିତିର କାରଣ ବୋଲି କେହି କେହି ମତ ରଖିଛନ୍ତି।
ଏହି ଘଟଣା ଘଟିବା ପରେ ଯୁବତୀ ଜଣକ ହଷ୍ଟେଲ୍‌ ଓ୍ଵାର୍ଡେନକୁ ସୂଚୀତ କରିଥିଲେ ବି ହଷ୍ଟେଲ୍‌ ଓ୍ଵାର୍ଡେନ ସିସିଟିଭି ଫୁଟେଜ ଦେଖିବାକୁ ସ୍ପୃହା ପ୍ରକାଶ କରିନଥିଲେ। ଏହାଛଡ଼ା ଅଭିଯୋଗ ଲେଖାଇବାକୁ ବି ତାଙ୍କର ଇଚ୍ଛା ନ ଦେଖାଇବା ହେତୁ ଏପର‌୍ୟ୍ୟନ୍ତ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ।

ଏହି ଘଟଣାକୁ ନେଇ ୟୁନିଭରସିଟି ପରିସରରେ ଛାତ୍ର ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ଇଞ୍ଜିନିୟରିଂ ତୃତୀୟ ବର୍ଷ ଛାତ୍ରୀମାନେ ବି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।