ଦେହଜୀବିଙ୍କ ଖୁଲାସା,ଅନଲାଇନରେ ଚାଲୁଥିଲା ବେପାର , ରାତିକୁ ରୋଜ ଗାର ୮ ଲକ୍ଷ, ଗ୍ରାହକ ଥିଲେ ମନ୍ତ୍ରୀ,ନେତା,ଅଭିନେତା

ମୁମ୍ବାଇ : ଅନ ଲାଇନରେ ଚାଲିଥିଲା ଦେହ ବେପାର । ଏହା କୈଣସି ସାଧାରଣ ଦେହଜୀବିଙ୍କ କାରବାର ନଥିଲା । ଅନ ଲାଇନରେ ଅଡର ଆସୁଥିଲା ସୁନ୍ଦରୀ ତରୁଣୀଙ୍କ ଲାଗି ଷ ସ୍ଥାନ ଓ ସମୟ ଓ ଗ୍ରାହକ ଶ୍ତିର ହେବା ପରେ ଆରମ୍ଭ ହେଉଥିଲା ଅଭିଯାନ । ଠିକଣା ସ୍ଥାନରେ ପହଁଚିବା ଲାଗି ଦାମୀ କାର ଠୁ ଆରମ୍ଭ କରି ସବୁ କିଛି ମିଳୁଥିଲା । ଏମିତିକି ବାହାରକୁ ଯିବା ଲାଗି ପ୍ଲାଇଟ ଟିକେଟ ବି ଦେୁଥିଲେ ହାଇପ୍ରୋଫାଇଲ ଗ୍ରାହକ । ଆଉ ମନ ଶୁସିହେଲେ ହଜାର ହଜାର ଟଙ୍କାର ଗିଫ୍ଟ ବି ମିଳୁଥିଲା । ଦେହର ଭୋକ ମେଣ୍ଟାଇବାକୁ ଅନଲାଇନରେ ଲାଇନ ଲଗାଉଥିଲେ ବହୁ ନାମି ଦାନି ଗ୍ରାହକ । ଯେଉଁ ମାନଙ୍କ ଭିତରେ ଥିଲେ ନେତା,ମନ୍ତ୍ରୀ ,ଅଭିନେତାଙ୍କ ଠୁ ଆରମ୍ଭ କରି ି ବଡ ଶିଳ୍ପ ପତି । ଏମିତି ଖୁଲାସା କରିଛନ୍ତି ଜଣେ ହାଇ ପ୍ରୋଫାଇଲ ସେକ୍ସଓ୍ଵାର୍କର । ଏକ ଟିଭି ଚ୍ୟାନେଲରେ ସେକ୍ସ କାରବାରର ଫଣ୍ଡା ଖୋଲିଛନ୍ତି । ଏହାକୁ ନେଇ ଗଣ ମାଧ୍ୟମରେ ଆରମ୍ଭ ହୋଇଛି ଚର୍ଚ୍ଚା ।

ସେକ୍ସଓ୍ଵାର୍କରଙ୍କ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ସେ କାମ କରୁଥିବା ଏସକର୍ଟ ସର୍ଭିସରେ ରାତିକୁ ଉପାର୍ଜନ ୮ଲକ୍ଷରୁ କମ୍ ଟଂକା ନୁହେଁ । ଏହି ବିସ୍ଫୋରକ ବୟାନ ଦେଇଛନ୍ତି ସିଣ୍ଡ୍ରେଲା ଏସକର୍ଟରେ କାମ କରୁଥିବା ଏନା ନାମକ ଜଣେ ଯୁବତୀ । ସେ ଏକ ନ୍ୟୁଜ୍ ଚ୍ୟାନେଲ୍ ରେ ଏହା ପ୍ରକାଶ କରିଛନ୍ତି ।

ଏନା ଆହୁରି କହିଛନ୍ତି, ଏହି ଗରାଖମାନଙ୍କ ତାଲିକାରେ ବହୁତ ନାମୀଦାମୀ ହଲିଉଡ଼ର ଷ୍ଟାର ଅଛନ୍ତି । ସିଣ୍ଡ୍ରେଲା ଏସକର୍ଟର ଏଭଳି ଓ୍ଵେବସାଇଟ, ଯେଉଁଥିରେ ଭର୍ଜିନିଟି( ସତୀତ୍ଵ)ଥିବା ଝିଅମାନଙ୍କୁ ବାଜି ଲଗାଯାଇଥାଏ । ଯେଉଁ ବାଜିରେ ବଡ଼ବଡ଼ ଶିଳ୍ପପତି, ହଲିଉଡ଼ ଷ୍ଟାର,ଖେଳାଳି, ନେତା ଓ ବିଜିନେସ ମେନ ବି ଥାଆନ୍ତି ।

ଏନା ଆହୁରି କହିଛନ୍ତି, ଥରେ ଜଣେ ହଲିଉଡ଼ ଷ୍ଟାର ସହ ସେ ଡ଼େଟିଂରେ ଥିଲେ । ଏହି ଷ୍ଟାର ଜଣକ ତାଙ୍କୁ ଥରେ ଗୋଟିଏ ଏଜେନସି ମାଧ୍ୟମରେ ଯୋଗାଯୋଗ କରିଥିଲେ । ତାଙ୍କର ପାରିଶ୍ରମିକ ଛାଡ଼ି ଫ୍ଲାଇଟ ଟିକେଟ, ଖାଇବାପିଇବା ସହ ଅନ୍ୟାନ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରିଥିଲେ । ଏହାପରେ ତାଙ୍କୁ ୨୫ ଲକ୍ଷର ଗୋଟେ ଉପହାର ବି ଦେଇଥିଲେ । ଯାହା ତାଙ୍କ ଜୀବନରେ ବଡ଼ ଉପହାର ଥିଲା ।
ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ସହ ୨ବର୍ଷ ମଧ୍ୟରେ ୩୦ରୁ ଅଧିକ ହଲିଉଡ଼ ଷ୍ଟାର ସଂପର୍କ ରଖିଛନ୍ତି ।

ଦେହଜୀବି ଏନା ଟିଭି ଚ୍ୟାନେଲ ଆଗରେ ଏହି ମହାଖୁଲାସା କଲାପରେ, ଅନଲାଇନରେ ଚାଲୁଥିବା ଦେହ ବ୍ୟବସାୟ ଓ ଏହା ସହିତ ସଂପର୍କରଖିଥିବା ନାମୀଦାମୀ ଲୋକଙ୍କର ଗୁମର ଆସ୍ତେଆସ୍ତେ ଫିଟୁଛି ।

ହଗ କରନ୍ତୁ ଯନ୍ତ୍ରଣା ଦୂରାନ୍ତୁ, ଆଲିଙ୍ଗନ ଦୂର କରେ କଷ୍ଟ