ବିମାନ ଯାତ୍ରା ସମୟରେ ସେକ୍ସ ଭିଡିଓ ଭାରାଲ ଅଡୁଆରେ ଦମ୍ପତି, ଭିଡିଓ କରିଥିବା ପୋଲିସକୁ ନିଦ୍ଦୋଶ କହିଲେ କୋର୍ଟ

ନୂଆଦିଲ୍ଲୀ : ବିମାନ ଯାତ୍ରା ସମୟରେ ସେକ୍ସ । ଏମିତି ଭିଡିଓ ଭାଇରାଲ ହେବାକୁ ନେଇ ଅର୍ନଜାତୀୟ ମିଡିଆରେ ଚର୍ଚ୍ଚା ହେଉଛି । ଭିଡିଓକୁ ନେଇ ଯେତିକି ଚର୍ଚ୍ଚା ତା ଠୁ ବେଶୀ ଚର୍ଚ୍ଚା ହେୁଛି ଭିଡିଓ କରିଥିବା ସୁରକ୍ଷା କର୍ମୀଙ୍କୁ କୋର୍ଟ ନିର୍ଦ୍ଦୋଶ କହି ଖଲାସ କରିଦେବା । ଏବେ ଏହି ଖବର ମିଡିଆରେ ଶିରୋନାମାରେ ରହିଛି । ଆଇ ବିମାନରେ ସମ୍ଭୋଗ କରି ଅଡୁଆରେ ପଡିଛନ୍ତି ପତି- ପତ୍ନୀ । ଘଟଣା ଘଟିଛି ବିଟ୍ରେନର ଦକ୍ଷିଣ ୟାର୍କଶାୟରରେ ।

ମିଡିଆ ଖବର ଅନୁସାରେ ୟାର୍କଶାୟରରେ ବିମାନ ଯାତ୍ରା କରୁଥିଲେ ନବ ଦମ୍ପତି । ସେମାନେ ହେଲିକ୍ୟାପଟରରେ ଯାତ୍ରା କରୁଥିବା ସମୟରେ ସମଅବୋଗରେ ମାତିଥିଲେ । ।ଉ ସେଥିରେ ଥିବା ସୁରକ୍ଷା କର୍ମୀ ଦମ୍ପତିଙ୍କର ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓକୁ ସୁଟିଂ କରିଥିଲେ । ପରେ ଏହି ଭିଡିଓ ଭାଇରାଲ ହୋଇଛି । ଭିଡିଓ ପଦାକୁ ଆସିବା ପରେ ଲଜ୍ଜିତ ହୋଇଛନ୍ତି ନବ ବିବାହିତା ପତି- ପତ୍ନୀ । ଆଉ ନ୍ୟାୟ ପାଇବାକୁ କୋର୍ଟର ଦ୍ୱାରସ୍ତ ହୋଇଥିଲେ ।

ଦମ୍ପତିଙ୍କ ଭିଡ଼ିଓ ଏତେ ଅଶ୍ଳୀଳ ଥିଲାଯେ ତାହା ଭାଇରାଲ ହେବାପରେ ନିଜେ ଇଜ୍ଜତ ଉପରେ ଆଂଚ ଆସିବା କଥା ସେମାନେ ଅଭିଯୋଗ କରିଛନ୍ତି । କିନ୍ତୁ ବିଚାର ବିଭାଗୀୟ ଅଦାଲତ କହିଛି, ସର୍ବସାଧାରଣ ଜାଗାରେ ସମ୍ଭୋଗ କରିବା ଅପରାଧ । ଲକ୍ଷେ ଟଂକା ଖର୍ଚ୍ଚ କରି ବିମାନ ଯାତ୍ରା କରିବା ବଡ଼ କଥା ନୁହେଁ , ବଡ଼କଥା ହେଲା ସୁରକ୍ଷା ଦାଇତ୍ଵରେ ଥିବା କର୍ମଚାରୀ ଆପଣଂକର କେତେ ବିଶ୍ବସ୍ଥ ଓ ସେମାନେ କେତେଦୂର ସୁରକ୍ଷା ଦେଇପାରୁଛନ୍ତି । ସେହି ଅନୁସାରେ ଯେଉଁ ଭିଡ଼ିଓ କରାଯାଇଚି , ସେଥିରେ ଦାୟିତ୍ଵରେ ଥିବା ପୋଲିସ ଅଫିସରଂକୁ ଦୋଷ ଦେଇ ହେବନି । ସର୍ବସାଧାରଣ ଜାଗାରେ ସମ୍ଭୋଗ କରିବା ପୂର୍ବରୁ ଭାବିବା ଦରକାର, ସ୍ଥାନଟି ବେଡ଼ରୁମ ନୁହେଁ । ଅନ୍ୟଯାତ୍ରୀମାନେ ମଧ୍ୟ ଯାତ୍ରା କରୁଛନ୍ତି । ଯଦି ପୋଲିସ କିଛି ଦାଇତ୍ଵ ନ ନିଏ ,ଜନସାଧାରଣଙ୍କ ମଧ୍ୟ ବିଶ୍ଵାସ ରହିବ ନାହିଁ ।

ତେବେ ଭିଡିଓ ଏତେ ଅଶ୍ଲୀଳତା ରହିଛି କି ତାକୁ ବିଚାରକୁ ନେଇ କୋର୍ଟ ଓଲଟି ଦମ୍ପତିଙ୍କୁ ଭର୍ତ୍ସନା କରିଛି । କୋର୍ଟର ରାୟ ଦମ୍ପତିଙ୍କ ସପକ୍ଷରେ ଯାଇନାହିଁ । ଅଭିଯୁକ୍ତ ପୋଲିସ ଅଧିକାରୀମାନେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।