ସେକ୍ସ ରାକେଟ ଲାଗି ପ୍ରତି ୪ ମାସରେ ଥରେ ବାହା ହେଉଥିଲେ,ପତ୍ନୀଙ୍କୁ ବେପାରରେ ଲଗାଉଥିଲେ ପୁରୁଷ କିଙ୍ଗପିନ

ଭୁବନେଶ୍ୱର : ଦେହ ବ୍ୟବସାୟ କରି ରୋଜଗାର କରୁଥିଲା ମୁଠା ମୁଠା ଟଙ୍କା । ଦେହ ବେପାରକୁ ସହଜ କରିବାକୁ ବାରମ୍ବାର ବାହା ହେଉଥିଲେ । ପ୍ରଥମେ ପ୍ରେମ ଜାଲରେ ଫସାଉଥିଲେ । ପରେ ତାଙ୍କୁ ବାହା ହେଉଥିଲେ । ତାପରେ ନିଜ ପତ୍ନୀଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ । ଏମିତି ୫ ଥ୍ର ବାହା ହୋଇ ୫ ଜଣ ପତ୍ନୀଙ୍କୁ ଦେହ ବେପାରରେ ଲଗାଇଥିଲେ ସେକ୍ସ ର୍ୟାକେଟର ପୁରୁଷ କିଙ୍ଗ ପିନ । ଆଉ ତାର ଟାର୍ଗେଟରେ ରହୁଥିଲେ ବଙ୍ଗୀୟ ଯୁବତୀ । ଖାରବେଳ ନଗରରେ ସ୍ପା ନାରେ ଚାଲିଥିବା ସେକ୍ସ କାରବାରରୁ ପରଦା ଉଠିବା ପରେ ପୋଲିସକୁ ମିଳିଛି ଏମିତି ସୁରକା ।
ମିଳିଥିବା ସୂଚନା ଅନୁଯାୟୀ, ସ୍ପାର ମାଲିକ ବିଜୟ ଠାକୁରର ନିଜ ଘର ବିହାର ଅଞ୍ଚଳରେ । ସେ ପ୍ରତ୍ୟେକ ୪ ମାସରେ ଥରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ନିଜ ପ୍ରେମ ଜାଲ୍ରେ ଫସାଇ ବିବାହ କରିଥାଏ । ପରବର୍ତ୍ତୀ ସମୟରେ ନିଜ ପତ୍ନୀଙ୍କୁ ଦେହବ୍ୟବସାୟରେ ଲିପ୍ତ କରିଥାଏ । ଏହିପରି ବିଜୟ ପ୍ରାୟ ୫ ଜଣ ବଙ୍ଗୀୟ ଯୁବତୀଙ୍କୁ ବିବାହ କରିବା ସହ ସେମାନଙ୍କୁ ଦେହବ୍ୟବସାୟରେ ଲିପ୍ତ କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛି । ଚଢ଼ଉ ବେଳେ ଉଦ୍ଧାର ହୋଇଥିବା ସମସ୍ତ ମହିଳା ବିଜୟଙ୍କର ପତ୍ନୀ ବୋଲି ପରିଚୟ ଦେଇଥିଲେ । ଏହାଦ୍ୱାରା ବିଜୟ ସ୍ପା ଆଳରେ ସେକ୍ସ ର୍ୟାକେଟ୍ ବେଶ୍ ଆରାମରେ ଚଳାଇବା ସହ ଏଥିପାଇଁ ତାକୁ ଅନ୍ୟ କେଉଁଠି ଟଙ୍କା ବିନିଯୋଗ କରିବାକୁ ପଡ଼ି ନଥାଏ । ଉକ୍ତ ଟଙ୍କାରେ ସେ ସୁନ୍ଦରପଦା ଅଞ୍ଚଳରେ ଦୁଇଟି ଦୁଇ ମହଲା ବିଶିଷ୍ଟ ଘର ତିଆରି କରିଥିବା ଜଣାପଡ଼ିଛି ।
ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ୍-୩ ଅଞ୍ଚଳରେ ସେକ୍ସ ର୍ୟାକେଟ୍ ଚାଲୁଥିବା ଏକ ସ୍ପା ଉପରେ କମିଶନରେଟ୍ ପୁଲିସର କୁଇକ୍ ଆକ୍ସନ ଟିମ୍ (କ୍ୟୁଏଟି) ସଦସ୍ୟମାନେ ଚଢ଼ଉ କରି ୪ ଗ୍ରାହକଙ୍କୁ ଗିରଫ କରିବା ସହ ୩ ମହିଳାଙ୍କୁ ଉଦ୍ଧାର କରିଛି । ଏଥିସହ କ୍ୟୁଏଟି ସଦସ୍ୟମାନେ ଉକ୍ତ ସ୍ପାର ମାଲିକ ତଥା ନିଜ ପତ୍ନୀଙ୍କୁ ଦେହବ୍ୟବସାୟରେ ଲିପ୍ତ ରଖୁଥିବା ବିଜୟ ଠାକୁର ଓରଫ୍ ରାଜା ବାରିକକୁ ଗିରଫ କରିଛି । ଏଥିସହ ଗିରଫ ଗ୍ରାହକମାନେ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସୁମତି ପ୍ରଧାନ, କଟକ ଜିଲ୍ଲା ବାଙ୍କୀ ସିମିଳିପୁରର ଜଗବନ୍ଧୁ ନାୟକ, ହରିରାଜପୁରର ଗୌତମ ଗୋଚ୍ଛାୟତ ଏବଂ ସୁନ୍ଦରଗଡ଼ର ସନ୍ଦୀପ ଏକ୍କା । ଚଢ଼ଉ ବେଳେ ପୁଲିସକୁ ଉକ୍ତ ସ୍ପାରୁ ବହୁ ଆପତ୍ତିଜନକ ଜିନିଷ ମିଳିଛି ।