ମସାଜ ପାର୍ଲରେ୍ ଦେହରେ ଲୋଟୁୁ ଥିଲା ଦେହ, ସ୍ପାରେ ଚଢାଉ କରି ଅଶ୍ଳୀଳ କାମର ପର୍ଦ୍ଦା ଫାସ କଲା ପୋଲିସ

ଗାଜିଆବାଦ୍‌ : ମସାଜ ସେଣ୍ଟରେ ଚାଲିଥିଲା ଅଶ୍ଳୀଳତା । ଦେହରେ ଲୋଟୁଥିଲା ଦେହ । ମସାଜ ସ୍ଫା ପାଲଟିଥିଲା ଦେହ ବେପାର ଠିକଣା । ନିଜ ଅନିଛା ସତ୍ୱେ ବି ଅନେକ ମହିଳା ପୁରୁଷଙ୍କ ଦେହରେ ଦେହ ବି ମିଶାଉଥିଲେ । କାହିଁକି ନା ସେମାନଙ୍କୁ କାମ ଦେବାକୁ ଡକାଯାଇଥିଲା । ହେଲେ ଦେହ ଉପରେ ଦେହ ଲୋଟିବାକୁ କରାଯାୁଥିଲା ବାଧ୍ୟ । ଚାକିରୀ ଦେବା ବାହାନାରେ ମହିଳା ମାନଙ୍କୁ ସ୍ପାରେ ଦେହ ବ୍ୟବସାୟରେ ଲିଫ୍ର କରାଯାଉଥିବା ଅଭିଯୋଗ ବି ହୋଇଛି । ପୋଲିସ ଚଢାଉବେଳେ ଘଟଣା ଆସିଛି ପଦାକୁ ଏମିତି ଘଟଣା ଘଟିଛି ହରିୟାଣାର ସିରସାରେ ।
ପୋଲିସ ସୂଚନା ମୁତାବକ, ଖବର ପାଇ ସହରର ଏକ ମସାଜ ସ୍ଫାରେ( ପାର୍କ ଭିଉ ସ୍ପା ଆଣ୍ଡ ହେୟାର କଟ୍‌ )ଉପରେ ଚଢ଼ଉ କରିଥିଲା ସେଠାରେ ଅଶ୍ଲୀଳ କାମ ଚାଲିଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଅଶ୍ଲୀଳ କାମ କରୁଥିବା ଲୋକଜଣଙ୍କ ଜଣେ ପୁଲିସକର୍ମୀ ବୋଲି ଜାଣିବା ପରେ ଗିରଫ ପାଇଁ ଯାଇଥିବା ପୁଲିସକର୍ମୀମାନେ ହତବାକ୍‌ ହୋଇ ଯାଇଥିଲେ । ଏଭଳି କାମରେ ଜଣେ ପୁଲିସକର୍ମୀଙ୍କ ସଂପୃକ୍ତି ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି । ଚଢ଼ଉ ପରେ ସ୍ପାର ସଞ୍ଚାଳକ ସୋନୁ,ପଞ୍ଜାବ ପୁଲିସ କର୍ମଚାରୀ ସୁଖ୍‌ମନ୍ଦର ସିଂହ ଏବଂ ପଞ୍ଜାବ ଏବଂ ଗାଜିଆବାଦ୍‌ର ଦୁଇ ମହିଳାଙ୍କୁ ଗିରଫ କରିଛି ପୁଲିସ ।