ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କମିସନରେଟ ପୁଲିସ ଶୁକ୍ରବାର ଏକ ସେକ୍ସ ରାକେଟ ଠାବ ହୋଇଛି। ୩ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୩ ଜଣ ଯୁବକ ଗିରଫ କରିଛି । ଦୁଇଜଣ ବଙ୍ଗୀୟ ଯୁବତୀଙ୍କ ସହ ଜଣେ ସ୍ଥାନୀୟ ଦେହଜୀବୀ ଉଦ୍ଧାର ପୁଲିସ କରିଛି। ଘଟଣାରେ ସେକ୍ସ ରାକେଟ ଚଳାଉଥିବା ବ୍ୟକ୍ତି ସମେତ ତିନ ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ କାର, ନଗଦ ଟଙ୍କା ଆଦି ଜବତ କରାଯାଇଛି। ଆପାର୍ଟମେଣ୍ଟରେ ଘରଭଡା ନେଇ ସେକ୍ସ କାରବାର ଚାଲିଥିଲା। କମିଶନରେଟ ପୁଲିସର କୁଇକ ଆକସନ୍ ଟିମ୍ ଓ ଖଣ୍ଡଗିରି ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲା।
ପୁଲିସ କହିଛି, କ୍ୟୁଏଟି ସହାୟତାରେ ଫୁଲ ପ୍ୟାଲେସ ଆପାର୍ଟମେଣ୍ଟରେ ଅପରାହ୍ନରେ ଚଢ଼ଉ କରାଯାଇଥିଲା। ଆପାର୍ଟମେଣ୍ଟର ୩ୟ ମହଲାରେ ସେକ୍ସ ରାକେଟ ଚାଲିଥିବା ଆମକୁ ସୂଚନା ମିଳିଥିଲା। ପଶ୍ଚିମବଙ୍ଗ ନିବାସୀ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଘଟଣା ସହିତ ଜଡ଼ିତ ପୁଲିସ ୩ ଜଣ ଗ୍ରାହକ- କେଶବ ସାହୁ (୩୦), ସନ୍ତୋଷ ସାହୁ (୩୫) ଏବଂ ଉମାଶଙ୍କର (୨୦)କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ନଗଦ ୨୦୦୦ ଟଙ୍କା, ୨ ଆଧାର କାର୍ଡ, ଗୋଟିଏ ଅଲ୍ଟୋକାର, ୨୦ଟି କୋଣ୍ଡମ, ଗୋଟିଏ ବୁଲେଟ ଏବଂ ୨ଟି ସ୍କୁଟି ଜବତ କରାଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।