ଗେଷ୍ଟ ହାଉସ୍‌ରେ ସେକ୍ସ ରାକେଟ୍‌ : ବଙ୍ଗୀୟ ଯୁବତୀ ସହ ୬ ଗିରଫ

ଭୁବନେଶ୍ୱର : ଦେହ ବେପାରର ନୂଆ ଟ୍ରେଣ୍ଡ। ସେକ୍ସ ବେପାର ଆଳରେ ଗେଷ୍ଟ ହାଉସ୍‌ର ଅଲଗା ଅଲଗା ରୁମ୍‌ରେ ରହୁଥିଲେ ଯୁବତୀ ଓ ଯୁବକ। ଆଉ ସମୟ ସୁବିଧା ଦେଖି ଆଉ ଏକ ରୁମ୍‌ରେ କରୁଥିଲେ ଦେହ ବେପାର। ଆଜି ଏପରି ଘଟଣାର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର କମିଶନରେଟ୍‌ ପୋଲିସ।

ନୟାପଲ୍ଲୀ ଥାନା ଅଞ୍ଚଳର ଏକ ଗେଷ୍ଟ ହାଉସ୍‌ରେ ଆଜି ଚାଲିଥିଲା ସେକ୍ସ ରାକେଟ୍‌। ଆସିଥିଲେ ବଙ୍ଗୀୟ ଯୁବତୀ। ଉଭୟ ଅଲଗା ଅଲଗା ରୁମ୍‌ରେ ରହିଥିଲେ। ଏ ସମ୍ପର୍କରେ ପୋଲିସ ଜାଣିପାରି ଗେଷ୍ଟ ହାଉସ୍‌ରେ ଚଢ଼ାଉ କରି ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ୩ ଜଣଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ଗେଷ୍ଟ ହାଉସ୍‌ ମ୍ୟାନେଜରଙ୍କ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରାଯାଇଛି।