ଗୋଦାବରୀ ନଦୀରେ ଲଞ୍ଚ୍ ବୁଡି ୨୩ ନିଖୋଜ

ଦେବୀପଟ୍ଟନମ :ଆନ୍ଧ୍ରପ୍ରଦେଶ ଗୋଦାବରୀ ନଦୀରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଲଞ୍ଚ୍ ବୁଡି ୨୩ ଜଣ ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି। ପୋଲିସ ଓ ଉଦ୍ଧାରକାରୀ ଟିମ୍ ଦ୍ଵାରା ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଦେବୀପଟ୍ଟନମରେ ବଡ ଅଘଟଣ ଘଟିଛି। ଏକ ମୋଟର ଲଞ୍ଚ୍ ବୁଡିବା କାରଣରୁ ଏଥିରେ ସବାର ଥିବା ୩୨ ଜଣ ଏବେ ସୁଦ୍ଧା ନିଖୋଜ ଅଛନ୍ତି। ମୋଟର ଲଞ୍ଚରେ ସମୁଦାୟ ୬୧ଜଣ ସବାର ଥିଲେ। ସମସ୍ତେ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ସେମାନଙ୍କ ମଧ୍ୟରୁ ୧୧ଜଣ ଷ୍ଟାଫଙ୍କ ସମେତ  ୫୦ ଯାତ୍ରୀ ଥିଲେ। ତେବେ ୨୭ଜଣ ଯାତ୍ରୀ ପହଁରି ପହଁରି କୂଳରେ ଲାଗିଥିବା ବେଳେ ଅନ୍ୟମାନେ ନିଖୋଜ ଅଛନ୍ତି। ପୋଲିସ ଓ ଉଦ୍ଧାରକାରୀ ଟିମର ମିଳିତ ପ୍ରୟାସରେ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।