ବିଦ୍ୟୁତ୍ ତାର ଲାଗି ୭ ହାତୀ ମୃତ

ଢେଙ୍କାନାଳ : ଢେଙ୍କାନାଳରେ ୭ଟି ହାତୀଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ଙିତରେ ଗୋଟିଏ ଛୁଆ ହାତୀ ରହିଛି । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ନିକଟ କମଳାଙ୍ଗ ବ୍ରାହ୍ମଣୀ ନଦୀପଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୭ ହାତୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ହାତୀ ପଲରେ ୨୦ରୁ ଅଧିକ ହାତୀ ଥିବା କଥା କୁହାଯାୁଛି । ରେଲେେଓ ଲାଇନ ଲାଗି ବିଛା ଯାଇଥିବା ତାରରେ ଲାଗି ହାତୀ ମୃତ ହୋଇଥିବା କୁହାଯାଉଛି । ତେବେ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରୁଛି ବନ ବିଭାଗ ।