ଶୋଇଥିବା ବେଳେ ୭ ଜଣଙ୍କ ଉପରେ ମାଡ଼ିଗଲା ବସ୍

ବୁଲନ୍ଦସହର: ରାସ୍ତା କଡ଼ରେ ଶୋଇଥିବା ବେଳେ ବସ୍ ମାଡ଼ି ଯିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ବୁଲନ୍ଦ ସହର ଜିଲ୍ଲାର ଗଙ୍ଗାଘାଟରେ ଆଜି ସକାଳେ ଘଟିଛି ଏହି ଅଭାବନୀୟ ଘଟଣା।

ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବାବେଳେ ୩ ଜଣ ଛୋଟ ଛୁଆ ଅଛନ୍ତି। ଏମାନେ ସମସ୍ତେ ଉତ୍ତର ପ୍ରଦେଶର ହଥରାସର ବାସିନ୍ଦା। ଗଙ୍ଗା ନଦୀରେ ବୁଡ଼ ପକାଇବା ପାଇଁ ନରଉର ଘାଟକୁ ଆସିଥିଲେ। ଘରକୁ ଫେରିବା ପୂର୍ବରୁ ଗଙ୍ଗାଘାଟରେ ରାସ୍ତା କଡ଼ରେ ଏମାନେ ବିଶ୍ରାମ ନେବାକୁ ଯାଇ ଶୋଇ ପଡ଼ିଥିଲେ।

ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ମୃତକମାନଙ୍କ ଶବକୁ ପୁଲିସ୍ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏହା ସହିତ ପୁଲିସ୍ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ଘଟାଇଥିବା ବସ୍‌ଟି ଏକ ଘରୋଇ ବସ୍‌ ବୋଲି ଜଣାପଡ଼ିଛି।