ଭିଜିଲାନ୍ସ ଜାଲରେ ସେସୁ କନିଷ୍ଠ ଯନ୍ତ୍ରୀ

ଜଗତସିଂହପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ସେସୁର କନିଷ୍ଠ ଯନ୍ତ୍ରୀ ଦିପ୍ତୀ ପ୍ରକାଶ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି।

ଆଜି ସକାଳେ ଦିପ୍ତୀ ପ୍ରକାଶଙ୍କ ଜଗତସିଂହପୁରସ୍ଥିତ ମଙ୍ଗଳା କଲୋନୀରେ ଥିବା ବାସଭବନ, ବିସପିତଳସ୍ଥିଳ ପୈତୃକ ଘର ଓ ଗାନ୍ଧୀ ଛକରେ ଥିବା ମାର୍କେଟ କମ୍ପ୍ଲେକ୍ସ ସମେତ ୫ଟି ସ୍ଥାନରେ ଚଢ଼ଉ କରାଯାଇଛି। ଭିଜିଲାନ୍ସ ଅଧିକାରୀ ତାଙ୍କ ବାସଭବନରେ ବିଭିନ୍ନ କାଗଜପତ୍ର ଯାଂଚ କରୁଛନ୍ତି।

ଚଢ଼ଉ ଶେଷ ହୋଇ ନ ଥିବା ବେଳେ ତାଙ୍କ ଘରୁ ତିନି ଲକ୍ଷ ଟଙ୍କା ଓ ସୁନା ଗହଣା ଜବତ ହୋଇଥିବା ଜଣେ ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ଭିଜିଲାନ୍ସର ଦୁଇଟି ଟିମ୍‌ ଏହି ଚଢ଼ଉ କରୁଛନ୍ତି।