ତାରା ତାରିଣୀ ପୀଠରେ ଅଘଟଣ; ଦକ୍ଷିଣା ନ ଦେବାରୁ ଖଣ୍ଡାରେ ହାଣିଲେ ସେବାୟତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରା ତାରିିଣୀ ପୀଠରେ ଅଭାବନୀୟ ଘଟଣା । ମୋଟା ଅଙ୍କର ଦକ୍ଷିଣା ନ ଦେବାରୁ ୨ ଜଣ ଭକ୍ତଙ୍କୁ ଖଣ୍ଡାରେ ହାଣିଲେ କିଛି ସେବାୟତ । ଗୁରୁତର ଅବସ୍ଥାରେ ୨ଜଣ ଭକ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ କୋଦଳା ଅଂଚଳର ନାରାୟଣ ପ୍ରଧାନ ଓ ସୁଦାମ ମହାରଣା ନିଜ ସାଥିଙ୍କ ସହ ବସ ପୂଜା ନିମନ୍ତେ ମାଆ ତାରା ତାରିଣୀଙ୍କ ପୀଠକୁ ଆସିଥିଲେ । ପୂଜା ଅର୍ଚ୍ଚନା ସରିବା ପରେ ସେବକ ୫ ହଜାର ଟଙ୍କା ଦକ୍ଷିଣା ବାବଦକୁ ଅର୍ଥ ଦାବି କରିଥିଲେ । ହେଲେ ଏତେ ଟଙ୍କା ଦକ୍ଷିଣା ଦେବାକୁ ମନା କରିବା ଯୋଗୁଁ ଉଭୟଙ୍କ ମଧ୍ୟରେ ବଚସା ଓ କଥା କଟାକଟି ହୋଇଥିଲା । ପରେ ସେବାୟତ ଜଣକ ମନ୍ଦିରରେ ପୂଜା କରୁଥିବା ଅନ୍ୟ ସେବାୟତଙ୍କୁ ଡାକି ଥିଲା ଏହା ପରେ ପାଖରେ ରଖିଥିବା ଏକ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ଜଣ ସେବାୟତଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ।