ରାଜଧାନୀରେ ସିରିଜ ଦୁର୍ଘଟଣା

ରାଜଧାନୀରେ ସିରିଜ ଦୁର୍ଘଟଣା । ଏକାଧିକ କାରକୁ ଧକ୍କା ଦେଲା ଟ୍ରକ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣିରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ପଳାଶୁଣି ଛକରେ ରାସ୍ତାରୋକ କରିଛନ୍ତି । ଜାତୀୟ ରାଜପଥରେ ଅଟକି ରହିଛି ଶହ ଶହ ଗାଡ଼ି ମୋଟର।

ସେହିପରି ଗତ କିଛିଦିନ ତଳେ ଯାଜପୁର ସଡ଼କ ଦୁର୍ଘଟଣା ରାଜ୍ୟବାସୀଙ୍କୁ ଥରାଇ ଦେଇଥିଲା । ଯାଜପୁର ବଡ଼ଚଣା ଥାନା କଡେଇଛକରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏକ ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେବା ଫଳରେ ବସର କଣ୍ତକ୍ଟର ଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ବସରେ ଥିବା ୧୩ ଯାତ୍ରୀ ଆହତ ହୋଇଥିଲେ । ଅନ୍ୟପଟେ ଗୁରୁତରମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।