ଓଡ଼ିଶା ଫେରିବେ ଜଗାକାଳିଆ

ଭୁବନେଶ୍ୱର:ଯୋଡ଼ା ମୁଣ୍ଡ ନେଇ ଚର୍ଚ୍ଚାରେ ଥିବା ଜଗା କାଳିଆ ଓଡ଼ିଶା ଫେରିବା ଆଶା ଉଜ୍ଜିବୀତ ହୋଇଛି । ସେମାନଙ୍କୁ ଦିଲ୍ଲୀ ଏମ୍ସରୁ କଟକ ଏସସିବିକୁ ସ୍ଥାନାନ୍ତର ନେଇ ନିଷ୍ପତି ହୋଇଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ଦୀର୍ଘ ଦୁଇବର୍ଷ ହେଲା ଦିଲ୍ଲୀ ଏମ୍ସରେ କନ୍ଧମାଳର ଜଗା କାଳିଆ ଯୋଡ଼ା ମୁଣ୍ଡ ଚିକିତ୍ସା ପରେ ଦୁହେଁ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଛି। ସେମାନଙ୍କୁ ଦିଲ୍ଲୀ ଏମ୍ସରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତି ହୋଇଛି । ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର ପାଇଁ ଯୋଜନା କରାଯାଇଥିଲା । କିନ୍ତୁ ଭୁବନେଶ୍ୱର ଏମ୍ସ କତ୍ତୃପକ୍ଷ ରାଜି ନଥିବାରୁ ନିଷ୍ପତିରେ ପରିବର୍ତ୍ତନ କରାଯାଇଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, କନ୍ଧମାଳ ଫିରିଙ୍ଗିଆ ବ୍ଲକ୍‌ ମିଲୁପଡ଼ାର ଭୂୟାଁ କହଁର ଓ ମା ପୁଷ୍ପାଞ୍ଜଳୀଙ୍କର ଦୁଇ ଯୋଡ଼ାମୁଣ୍ଡ ଶିଶୁକୁ ପ୍ରଥମେ କଟକ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ଗତ ଜୁଲାଇ ୧୩ ତାରିଖରେ ନୂଆଦିଲ୍ଲୀ ସ୍ଥିତ ଏମ୍ସ ମେଡ଼ିକାଲକୁ ନିଆଯାଇଥିଲା। ପରେ ଜନ୍ମରୁ ମୁଣ୍ଡ ଯୋଡ଼ି ହୋଇଥିବା ଏହି ଶିଶୁଙ୍କୁ ୨୦୧୭ ମସିହା ଅକ୍ଟୋବର ୨୫ ଓ ୨୬ ଦୁଇ ଦିନ ଧରିଅସ୍ତ୍ରୋପଚାର ଜରିଆରେ ସଫଳ ପୃଥକୀକରଣ କରାଯାଇପାରିଥିଲା ।