ସେୟାର ବଜାରରେ ୯୦୦ ଅଙ୍କ ବୃଦ୍ଧି ପାଇଲା ସେନସେକ୍ସ

ମୁମ୍ବାଇ:ସପ୍ତାହର ପ୍ରଥମ ଦିନରେ ଅର୍ଥାତ ଆଜି ସେୟାର ବଜାର ଭଲ ଆରମ୍ଭ କରିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ମୁଖ୍ୟ ଇଣ୍ଡେକ୍ସ ସେନସେକ୍ସ ୯୦୯.୧୮ ଅର୍ଥାତ ୨.୨୯ ପ୍ରତିଶତ ବୃଦ୍ଧି ପାଇଛି । ଏହାସହ କାରବାର ୩୮,୯୨୩.୮୦ ସ୍ତରରେ ପହଁଚିଛି । ସେହିପରି ନିଫ୍ଟି ମଧ୍ୟ ୨୭୬.୬୦ ଅଙ୍କ ବୃଦ୍ଧି ପାଇ ୧୧,୫୦୦.୮୦ ସ୍ତରରେ ଖୋଲିଛି ।

ଶୁକ୍ରବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘରୋଇ ମାନୁଫାକ୍ଚରିଂ କମ୍ପାନୀଙ୍କୁ ବଡ ରିହାତି ଦେଇଥିଲେ । କର୍ପୋରେଟ୍ ଟାକ୍ସ ହ୍ରାସ ନେଇ ମଧ୍ୟ ସେ ଘୋଷଣା କରିଥିଲେ । ଯାହାର ପ୍ରଭାବ ସେୟାର ବଜାର ଉପରେ ପଡିଥିଲା । କମ୍ପାନୀଙ୍କ ପାଇଁ ନୂଆ କର୍ପେରେଟ୍ ଟ୍ୟାକ୍ସ ୨୫.୧୭ ପ୍ରତିଶତ ସ୍ଥିର କରାଯାଇଥିଲା । କ୍ୟାପିଟାଲ୍ ଗେନକୁ ନେଇ ସରଚାର୍ଜ ମଧ୍ୟ ଶେଷ କରାଯାଇଥିଲା ।

ଆଜି କାରବାର ଆରମ୍ଭ ସମୟରେ ସେନସେକ୍ସ ୪୫୦.୧୧ ଅଙ୍କ ଅର୍ଥାତ ୧.୧୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିଲା । ଏହାପରେ ସେନସେକ୍ସ ୩୮,୪୬୪ ସ୍ତରରେ ଥିଲା । ସେହିପରି ନିଫ୍ଟି ମଧ୍ୟ ୨୪୦.୩୦ ଅଙ୍କ ଅର୍ଥାତ ୨.୧୩ ପ୍ରତିଶତ ବୃଦ୍ଧି ପାଇଥିଲା । ଯାହାପରେ ନିଫ୍ଟି ୧୧.୫୧୪ ସ୍ତରରେ ରହିଥିଲା ।