ଗୃହ ସଚିବ ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇଏଏସ ସଞ୍ଜୀବ ଚୋପ୍ରା

ଭୁବନେଶ୍ୱର: ଓଡ଼ିଶାରେ ଏବେ ଯେଉଁଭଳି ଶାନ୍ତିଶୃଙ୍ଖଳା ରହିଛି, ତା ଆଗକୁ ବି ବଜାୟ ରହିବ । ଏକଥା କହିଛନ୍ତି ଗୃହ ସଚିବ ଭାବେ ଦାୟିତ୍ୱ ନେଇଥିବା ବରିଷ୍ଠ ଆଇଏଏସ ସଞ୍ଜୀବ ଚୋପ୍ରା । କମ୍ୟୁନିଟି ପୋଲିସିଂ ଉପରେ ଗୁରୁତ୍ବ ଦିଆଯିବା ସହ ରାଜ୍ୟର କିଭଳି ସୁରକ୍ଷା ଦୃଷ୍ଟିରୁ ସମସ୍ତେ ସୁରକ୍ଷିତ ରହିବେ, ସେ ନେଇ ଗୁରୁତ୍ଵ ଦିଆଯିବ ବୋଲି ସେ କହିଛନ୍ତି ।

ମହିଳା, ଶିଶୁ, ସିନିୟର ସିଟିଜେନ୍ ଙ୍କ ସୁରକ୍ଷା ପ୍ରାଥମିକତା ରହିବ । ବିଗତ କିଛି ବର୍ଷ ହେବ ଓଡ଼ିଶାରେ ଶାନ୍ତି ଶୃଙ୍ଖଳା ରହିଛି । ସେହିପରି ଶିଳ୍ପ କ୍ଷେତ୍ରରେ ମଧ୍ୟ ବେଶ ଭଲ ଉନ୍ନତି କରିଛି ବୋଲି ସେ କହିଛନ୍ତି ।

ଓଡ଼ିଶାର ଅର୍ଥନୈତିକ ବିକାଶ ହୋଇପାରିଛି ଶିଳ୍ପର ବିକାଶ ପାଇଁ । ପୋଲିସିଂଙ୍କ କ୍ଷେତ୍ରରେ ଲୋକଙ୍କୁ ଅଧିକ ସଂଯୋଗ କରାଯିବ । କନଭିକସନ୍ ରେଟ୍ କମୁଛି ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।

ପୋଲିସ ଓ ପବଲିକ୍ ମଧ୍ୟରେ ଦୂରତା କମ କରିବା ମୋର ପ୍ରାଥମିକତା ରହିବ ବୋଲି କହିଛନ୍ତି ସଞ୍ଜୀବ ଚୋପ୍ରା । ଆଜି ଅତିରିକ୍ତ ଗୃହ ସଚିବ ଭାବେ ଦାୟିତ୍ଵ ଗ୍ରହଣ ପରେ ସଚିବାଳୟରେ ତାଙ୍କୁ ସ୍ଵାଗତ କରିଥିଲେ କର୍ମଚାରୀ।