ହାତ ଛାଡି ହାତୀ ପିଠିରେ ବସିବେ ଶ୍ରାକାନ୍ତ ଜେନା !, ସାରଥୀ ଭୂମିକାରେ କୃଷ୍ଣ..

ଭୁବନେଶ୍ୱର : ରାଜ୍ୟ କଂଗ୍ରେସରେ କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି । ଦଳରେ ଥାଇ ବି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ଦଳ ବିରୋଧୀ ଆଭିମୁଖ୍ୟକୁ ନେଇ କଂଗ୍ରେସ ରାଜନୀତି ଉଠୁଛି ପଡୁଛି । ଏବେ ମୁହାଁ ମୁହିଁ ସ୍ଥିତିକୁ ଆସିଛନ୍ତି ଶ୍ରୀ କାନ୍ତ ଜେନା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଶ୍ରୀକାନ୍ତଙ୍କୁ ପାଟି ଚୁପ କରିବାକୁ ଏଆଇସିସି ଚେତାବନୀ ଦେଇଥିଲେ ବି ଶ୍ରୀକାନ୍ତ ଜେନା କିନ୍ତୁ ଏହାକୁ ଶୁଣିବା ମୁଡରେ ଥିବା ପରି ଲାଗୁନି । ଓଲଟା ଦଳ ବିରୋଧୀ ମନ୍ତବ୍ୟ ଦେବା ସହ ପିସିସିର ସବୁ କମିଟିରୁ ଇସ୍ତଫା ଦେଇଛନ୍ତି ଶ୍ରୀକାନ୍ତ । ତେବେ ଶ୍ରୀକାନ୍ତଙ୍କ ଏହି ଆଚରଣ ସୂଚାଉଛି ସେ ଆଉ କଂଗ୍ରେସରେ ବେଶୀ ଦିନ ରହିବା ମୁଡରେ ନାହାନ୍ତି । ଖୁବ ଶିଘ୍ର ହାତକୁ କୁଆଡେ ବାଏ ବାଏ କରିବେ ଜେନା ବାବୁ । ଏନେଇ ବ୍ଲୁ୍ଲୁ ପ୍ରିଣ୍ଟ ବି ପ୍ରସ୍ତୁତ ସରିଥିବା କୁହାଯାଉଛି ।

ତେବେ ଶ୍ରୀକାନ୍ତ ଜେନା ଯିବେ କୁଆଡେ ଏହାକୁ ନେଇ ଏବେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଶ୍ରୀକାନ୍ତଙ୍କ ପଲିଟିକ୍ସ ଷ୍ଟାଇଲ ଦେଖିଲେ ସେ କେଉଁ ଦଳକୁ ନଯାଇ ରାଜ୍ୟରେ ଏକ ନୂଆ ରାଜନୈତିକ ଫୋରମ ସୃଷ୍ଟି କରିବା ଲକ୍ଷ୍ୟରେ ଥିବା ପରି ଲାଗୁଛି । ଶ୍ରୀକାନ୍ତ ଜେନା ଏବେ ଏବେ ଦଳୀତ ଓ ଅବହେଳିତ ପଛୁଆ ବର୍ଗଙ୍କ କଥା ଅ୍ଧିକ କହୁଛନ୍ତି । ଏହା ସହ ଧର୍ମ ନିରକ୍ଷେ ତା ପ୍ରସଙ୍ଗ ଉଠାଉଛନ୍ତି । ସେପଟେ କଂଗ୍ରେସର ବିଧାୟକ ପଦରୁ ଇସ୍ତଫା ଦେଇଥିବା କୃଷ୍ଣ ସଗରିଆଙ୍କୁ ତାଙ୍କ ସାଥୀ କରିଛନ୍ତି । ଏସବୁକୁ ଦେଖିଲଲେ ଲାଗୁଛି ଶ୍ରୀକାନ୍ତ ଜେନା ବହୁଜନ ସମାଜ ପାର୍ଟିରେ ( ବିଏସପି) ମିଶିବେ । ୨୦୧୯ ନିର୍ବାଚନ ବେଳକୁ ଶ୍ରୀକାନ୍ତ ବାବୁ କୁଆଡେ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟିରେ ଓଡିଶା ମୁଖିଆ ହେବେ ।

ଏଥିଲାଗି ସେ ବହୁ ଆଗରୁ ନିଜର ବ୍ଲୁ ପ୍ରିଣ୍ଟି ତିଆରି କରିଥିବା କୁହାଯାଉଛି । ପୂର୍ବରୁ ବହୁଜନ ସମାଜବାଦୀ ପାର୍ଟିରେ ନିଜର କ୍ୟାରିୟର କରିଥିବା କୃଷ୍ଣ ଚନ୍ଦ୍ର ସଗରିଅଙ୍କୁ ସାଥୀ କରିଛନ୍ତି ଶ୍ରୀକାନ୍ତ । ଆଉ କୃଷ୍ଣ ହିଁ ତାଙ୍କ ବହୁଜନ ସମାଜବାଦୀ ପାର୍ଟି ଲାଗି ବାଟ ଦେଖାଇବେ ଓ ିଁ ଏଥିରେ ପ୍ରମ୍ମୁଖ ଭୂମିକା ଗ୍ରହଣ କରିବେ । ସେଥିଲାଗି କଂଗ୍ରେସ ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ଇସ୍ତଫା ଦେବା ବି ଶ୍ରୀକାନ୍ତଙ୍କ ରଣନୀତିର ଏକ ଅଂଶ ବୋଲି ଚର୍ଚ୍ଚା ହେଉଛି । ଏମିତିବି ଉଭୟ କୃଷ୍ଣ ଚନ୍ଦ୍ର ଓ ଶ୍ରୀକାନ୍ତ ଜେନା ଏବେ ରାଜ୍ୟ ରାଜନୀତିରେ ଦଳିତ,ପଛୁଆ ବର୍ଗ ଓ ଓବିସି କାର୍ଡ ଖେଳିବା ଆରମ୍ଭ କରିଛନ୍ତି । କୃଷ୍ଣଚନ୍ଦ୍ର ସଗରିଆଙ୍କୁ ଆଗକୁ ଛାଡି ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସରେ ରାଜଧାନୀରେ ସମ୍ବିଧାନ ବଞ୍ଚାଅ ନାଁରେ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଶ୍ରୀକାନ୍ତ ଓ ସଗରିଆ । ତାହା ପୁଣି କଂଗ୍ରେସର କାର୍ଯ୍ୟକ୍ରମକୁ କାଉଣ୍ଟର କରି । ଏହା ହିଁ ଏକ ପ୍ରକାର ସ୍ପଷ୍ଟ କରୁଛି ଦୁହେଁ ବହୁଜନ ସମାଜବାଦି ପାର୍ଟି ଆଡକୁ ମୁହାଁଇବେ ।

ଏମିତିବି ଶୁଣିବାକୁ ମିଳୁଛି ଶ୍ରୀକାନ୍ତ ଜେନା ଓ କୃଷ୍ଣଚନ୍ଦ୍ର ସଗରିଆ ଦୁହେଁ ଦିଲ୍ଲୀରେ ମାୟବତୀଙ୍କ ସହ ଆଲୋଚନା କରି ସାରିଛନ୍ତି । ଏମିତିବି ଦିଲ୍ଲୀ ଗାଦିକୁ ଲୋଭ ରଖିଥିବା ମାୟାବତୀ ବି ଚାହୁଁଛନ୍ତି ବିଭିନ୍ନ ରାଜ୍ୟରେ ନିଜ ଦଳୀୟ କାର୍ଯ୍ୟକ୍ରମକୁ ବଢାଇ ଜାତୀୟ ଦଳ ଓ ସ୍ଥାନୀୟ ଆଞ୍ଚଳିକ ଦଳ ମାନଙ୍କ ସହ ଏକ ବାର୍ଗେନ ପାଓାରରେ ରହିବାକୁ । ୟୁପିରେ ତାଙ୍କ ଏହି ଫର୍ମୁଲା ସଫଳ ହେଲା ପରେ ସେ ସାରାଦେଶରେ ଏହି ଫଣ୍ଡା ଆପଣାଇବାକୁ ଯାଉଛନ୍ତି । ଦଳୀତ ଓ ପଛୁଆବର୍ଗ ଭୋଟ ବିଭାଜନ କରିବାକୁ ରଣନୀତି ତିଆରି କରିଛନ୍ତି । ଏଥିରେ ଓଡିଶାରେ ଶ୍ରୀକାନ୍ତ ଓ କଷ୍ଣ ଚନ୍ଦ୍ର ସଗରିଆ କୁଆଡେ ନେତୃତ୍ୱ ନେବେ ବୋଲି ଏକ ପ୍ରକାର ସ୍ଥିର ହୋଇଛି । ଜାନୁଆରୀ ଦ୍ୱିତୀୟ ସପ୍ତାହରୁ ରଣନୀତିକୁ ଚୂଡାନ୍ତ ରୂପଦେବାକୁ ପ୍ଲାନ ସରିଛି ।

ଛର୍ଚ୍ଚା ପଛର ୫ କାରଣ

୧- ଶ୍ରୀକାନ୍ତ ଜେନା କଂଗ୍ରେସରେ ରହି କଂଗ୍ରେସ ବିରୋଧରେ ବର୍ଷୁଛନ୍ତି । ଆଉ ଏଥିରୁ ଲାଗୁଛି ସେ ଦଳରେ ରହିବେ ନାହିଁ । ଯଦି ସେ କଂଗ୍ରେସ ଛାଡନ୍ତି ତେବେ ବିଜେଡିକୁ ସେ ଯିବେ ନାହିଁଁ । କାହିଁକିନା ତାଙ୍କ ଆଭିମୁଖ୍ୟ ସବୁବେଳେ ନବୀନ ବିରୋଧୀ । ଏମିତିବି ରାଜ୍ୟରେ ଦୁଇ ପଟ୍ଟନାୟକ ପରିବାର କଥା କହି ନିରଞ୍ଜନ ଓ ନବୀନଙ୍କୁ ସବୁବେଳେ ସେ ଟାଗେର୍ଟ କରୁଛନ୍ତି । ଏମିତିବି ବିଜୁ ବାବୁଙ୍କ ସାଥ ଛାଡିବା ଦିନରୁ ବିଜେଡି କି ବିଜେଡି ନେତା( ବିଜୁ ଅନୁଗତ ଓ ନବାଗତ )ଙ୍କ ସହ ସଂପର୍କ ଭଲ ନାହିଁ ।

୨- ପ୍ରଥମରୁ ଧର୍ମନିରପେକ୍ଷ କଥା କହି ଆସୁଛନ୍ତି ଶ୍ରୀକାନ୍ତ । କେନ୍ଦ୍ର ଓ ମୋଦିଙ୍କୁ ବି ସମାଲୋଚନା କରୁଛନ୍ତି । ସେଥିପାଇଁ ସେ ବିଜେପି ଯିବା କି ବିଜେପି ତାଙ୍କୁ ସହଜେ ଗ୍ରହଣ କରିବା ପରି ଲାଗୁନି ।
୩- ସେପଟେ ଅନ୍ୟ ଛୋଟ ଛୋଟ ଦଳକୁ ଯଦି ଶ୍ରୀକାନ୍ତ ଯିବାକୁ ଚାହାନ୍ତି ସେଠି ତାଙ୍କୁ ମୁଖିଆ ଭାବେ କେହି ଗ୍ରହଣ କରିବା ପରି ଲାଗୁନି । ଆଉ ଶ୍ରୀକାନ୍ତଙ୍କ ପରି ନେତା ଅନ୍ୟ କାହା କଥାରେ କାମ ବି କରିପାରିବ ଭଳି ମନେ ହେଉନି । ତେଣୁ ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳକୁ ସେ ଯିବେ ତାହା ଆଦୈ ଗ୍ରହଣୀୟ ହେଉନି ।

୪- ଶ୍ରୀକାନ୍ତଙ୍କ ମୁହଁରେ ଏବେ କେବଳ ଦଳୀତ, ଅବହେଳିତ, ପଛୁଆ ବର୍ଗ ପ୍ରସଙ୍ଗ ବାହାରୁଛି ଯାହା ବହୁଜନ ସମାଜବାଦୀ ପାର୍ଟିର ଭାଷା । ଏମିତିବି ଓଡିଶାରେ ଏହ ଶ୍ରେଣୀର ଭୋଟରଙ୍କ ସଂଖ୍ୟା ଅଧିକ ଏକଥା ସେ ଭଲ ଭାବେ ବୁଝି ସାରିଛନ୍ତି । ଏହା ସହ ସେ ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସରେ ଦଳିତ ସମାବେଶ କରିବା ଓ ଆମ୍ବେଦକରଙ୍କ ଆଦର୍ଶ କଥା କହିବା ହିଁ ବହୁ ଜନ ସମାଜବାଦୀ ପାର୍ଟକୁ ଯିବାର ଏକ ସଙ୍କେତ କୁହାଯାଇପାରେ ।

୫- ଶ୍ରୀକାନ୍ତ ଜେନା କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଥିବା କୃଷ୍ଣଚନ୍ଦ୍ର ସଗରିଆଙ୍କୁ ସାଥୀୀ କରିଛନ୍ତି । ସମସ୍ତେ ଜାଣନ୍ତି କୃଷ୍ଣ ଚନ୍ଦ୍ର ସଗରିଆ ବହୁଜନ ସମାଜବାଦୀ ପାର୍ଟିରୁ ହିଁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ତାଙ୍କର ବହୁଜନ ସମାଜବାଦୀ ପାର୍ଟିର ମୁଖିଆ ମାୟାବତୀ ଓ ଦଳର ବରିଷ୍ଠ ନେତାଙ୍କ ସହ ସଂପର୍କ ଭଲ । ଏହା ହିଁ ସୂଚାଉଛି କୃଷ୍ଣଙ୍କୁ ସାରଥୀ କରି ବହୁଜନ ସମାଜବାଦି ପାର୍ଟିର ରାଜ୍ୟ ମୁଖୁଆ ହେବାକୁ ଶ୍ରୀକାନ୍ତ ବାବୁ ଆଖେଇ ଥାଇ ପାରନ୍ତି ।