କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା। ସେ କୋଭିଡ-୧୯ ପଜିଟିଭ ହୋଇଥିବା ଟ୍ୱିଟ୍ କରି ଜଣାଇଛନ୍ତି। ତାଙ୍କ ସଂସ୍ପର୍ସରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଆଇସୋଲେସନ୍‌ରେ ରହିବାକୁ ନିବେଦନ କରିଛନ୍ତି ପଟେଲ। ସେ କରୋନା ଟେଷ୍ଟ କରାଇବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ତୁରନ୍ତ ସେ ସେ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆଇସୋଲେସନରେ ରହିଛନ୍ତି।

ଏନେଇ ଟ୍ୱିଟ୍ କରି ପଟେଲ ଲେଖିଥିଲେ “ମୋର କରୋନା ଟେଷ୍ଟ ପଜିଟିଭ ଆସିଛି। ନିକଟରେ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ତୁରନ୍ତ ନିଜକୁ ସେଲଫ ଆଇସୋଲେସନ କରିନିଅନ୍ତୁ।”

ତେବେ ଏହା ପୂର୍ବରୁ ଅଭିଷେଖ ସିଂଘବୀ ଓ ତରୁଣ ଗୋଗୋଇ, ଉପରାଷ୍ଟ୍ରପତି, ଗୃହମନ୍ତ୍ରୀ ଅମିତ ଶାହ, ନୀତିନ ଗଡ଼କାରୀ ଏବଂ ପ୍ରହଲ୍ଲାଦ ପଟେଲ କରୋନା ପଜିଟିଭ ହୋଇସାରିଛନ୍ତି। ତେବେ ଗତକାଲି ନୀତିନ ଗଡ଼କାରୀ କୋଭିଡ୍‌ରୁ ସୁସ୍ଥ ହୋଇଥିବା ବେଳେ ଅମିତ ଶାହ ବି ସୁସ୍ଥ ହୋଇସାରିଛନ୍ତି।