ସେଲ୍ ଫି ହେଲା କାଳ : ଭୀମ କୁଣ୍ଡରେ ପିକନିକବେଳେ ଆଖି ଆଗରେ ଭାସିଗଲେ ଛାତ୍ର

କେନ୍ଦୁଝର : ସେଲ୍ ଫି ହେଲା କାଳ । ସାମ୍ନାକୁ ଆସିଛି ଏମିତି ଏକ ଭିଡିଓ ଯାହା ଦେଖିଲେ ବୁଝିହେବ ସେଲଫି କେତେ ବିପଦପୂର୍ଣ୍ଣ ହୋଇପାରେ । କେମିତି ତାହା ମୁହୂର୍ତ୍ତକରେ ଜୀବନ ନେଇ ଯାଇପାରେ । କେନ୍ଦୁଝର ଘଟଗାଁ ଭୀମକୁଣ୍ଡରେ ଅଭାବନୀୟ ଘଟଣା । ଚାହୁଁ ଚାହୁଁ ସମସ୍ତଙ୍କ ଆଖି ଆଗରେ ଭାସିଗଲେ ଛାତ୍ର । କ୍ୟାମେରାରେ କଏଦ ହୋଇଛି ଏହି ଅଭାବନୀୟ ଘଟଣା । ନୂଆବର୍ଷ ପାଇଁ ଭୋଜି କରିବାକୁ ଭୀମକୁଣ୍ଡ ଯାଇଥିଲେ କିଛି ଛାତ୍ରଛାତ୍ରୀ । ଭୋଜି ପୂର୍ବରୁ ରୋହନ ମିଶ୍ର ନାମରେ ଜଣେ ଛାତ୍ର ଭୀମକୁଣ୍ଡରେ ସେଲ୍ ଫି ନେଉଥିଲେ । ହଠାତ ଗୋଡ଼ ଖସିଯିବାରୁ ରୋହନ ଭାସି ଯାଇତିଲେ । କଟକ ମଧୁପାଟଣା ସାଇ ଶିକ୍ଷାକେନ୍ଦ୍ରରେ ଯୁକ୍ତ ଦୁଇ ବିଜ୍ଞାନର ୩୦ଜଣ ଛାତ୍ରଛାତ୍ରୀ ଭୀମକୁଣ୍ଡ ଯାଇଥିଲେ। ସେଠାରେ ସମସ୍ତେଭୋଜିରେ ମାତିଥିବା ବେଳେ ରୋହନ ଭୀମକୁଣ୍ଡରେ ଅତି ବିପଦପୂର୍ଣ୍ଣ ଅବସ୍ଥାରେ ସେଲ୍ ଫି ନେଉଥିଲେ। ତେବେ ଅସାବଧାନତା ତାଙ୍କ ଗୋଡ଼ ଖସିଯାଇଥିଲା । ଦେଖୁ ଦେଖୁ ଜଳପ୍ରପାତର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ରୋହନ । ସମସ୍ତେ ଠିଆ ହୋଇଥିଲେ କିନ୍ତୁ କେହି ବଞ୍ଚାଇବାକୁ ସାହାସ ଜୁଟାଇ ପାରନଥିଲେ । ଆଖି ସାମ୍ନାରେ ରୋହନ ବୁଡି ଯାଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ ଟିମ୍ ଖୋଜାଖୋଜି କରିଥିଲେ । ହେଲେ ରୋହନଙ୍କ କୌଣସି ପତ୍ତା ମିଳିପାରି ନାହିଁ ।

ସେଲ୍ ଫି ନେବା ବେଳେ ନଦୀ ସୁଅରେ ଭାସିଗଲେ

ଚାହୁଁ ଚାହୁଁ ଭାସିଗଲେ

ସାମ୍ନାକୁ ଆସିଲା ଅଭାବନୀୟ ଘଟଣାର ଭୟଙ୍କର ଭିଡିଓ

କେନ୍ଦୁଝର ଭୀମକୁଣ୍ଡ ଜଳପ୍ରପାତ ପାଖରେ ଦୁର୍ଘଟଣା

ଯୁକ୍ତ ଦୁଇ ଛାତ୍ର ରୋହନ ମିଶ୍ର ନଦୀରେ ଭାସିଗଲେ

କଟକ ସାଇ ଶିକ୍ଷାକେନ୍ଦ୍ରର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ରୋହନ

ସବୁ ଛାତ୍ରଛାତ୍ର ଦେଖୁଥିଲେ ହେଲେ କେହି ବଞ୍ଚାଇପାରିଲେନି

ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ ଖୋଜାଖୋଜି କରିଥିଲେ

ରୋହନଙ୍କ କୌଣସି ପତ୍ତା ମିଳିପାରି ନାହିଁ