ଅଯୋଧ୍ୟା ମାମଲାରେ ଶୁଣାଣି କରୁଥିବା ୫ ଜଷ୍ଟିସଙ୍କ ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ :ଅତିସମ୍ଵେଦନଶୀଳ ଅଯୋଧ୍ୟା ମାମଲାରେ ସୁପ୍ରମକୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି। ଏହି ମାମଲାରେ ଶୁଣାଣି କରୁଥିବା ପାଞ୍ଚ ଜଣିଆ ଖଣ୍ଡପୀଠରେ ସାମିଲ ଥିବା ବିଚାରପତିମାନଙ୍କ ସୁରକ୍ଷା ବ୍ୟବସ୍ଥା ଏବେ କଡାକଡି କରାଯାଇଛି। କୌଣସି ସମୁଦାୟ କିମ୍ଵା ବ୍ୟକ୍ତି କ୍ଷୋଭ ରଖି ସେମାନଙ୍କୁ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରି ସେମାନଙ୍କ ସୁରକ୍ଷା ବୟବସ୍ଥା ବଢାଯାଇଛି। ତେବେ ଏହି ବିଚାରପତିଙ୍କ ସୁରକ୍ଷା ଦାୟିତ୍ଵରେ ଅତିରିକ୍ତ ଯବାନଙ୍କୁ ନିୟୋଜିତ କରାଯାଇଛି। ତେଣୁ କୌଣସି ଅପ୍ରିତିକର ସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। 

ଅଯୋଧ୍ୟା ମାମଲାରେ ଶୁଣାଣି କରୁଥିବା ପାଞ୍ଚ ଜଣିଆ ଖଣ୍ଡପୀଠରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସ.ଏ. ବୋବଡେ, ଜଷ୍ଟିସ୍ ଏସ୍ ଅବଦୁଲ ନଜୀର, ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ୍ ଡି. ୱାଇ ଚନ୍ଦ୍ରଚୂଡ ସାମିଲ ଅଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଏବେ ବିଚାରପତିମାନଙ୍କ ଆବାସ ବାହାରେ ଅତିରିକ୍ତ ଯବାନଙ୍କୁ ନିୟୋଜିତ କରାଯାଇଛି। ଏହା ସହ ଏହି ବିଚାରପତିଙ୍କ ଘରକୁ ଯିବା ଆସିବା କରୁଥିବା ରାସ୍ତାରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଏହା ସହ ଯିବା ଆସିବା ସମୟରେ ବିଚାରପତିଙ୍କ ସହ ସଶସ୍ତ୍ର ଗାଡି ପଠାଯିବାର ମଧ୍ୟ ବ୍ୟବସ୍ଥା କରାଯାଇଛି।