କାକଟପୁର ମଙ୍ଗଳା ମନ୍ଦିରରେ ୧୪୪ ଧାରା

ଭୁବନେଶ୍ୱର: କାକଟପୁର ମା‘ ମଙ୍ଗଳାଙ୍କ ପୀଠରେ ଚାଲିଛି ଚୈତ୍ର ମଙ୍ଗଳବାର ପାଳି। ଏହି ସମୟରେ ଭକ୍ତଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥାଏ। ମାତ୍ର କୋରୋନା ପାଇଁ ଲାଗୁ ହୋଇଛି କଟକଣା । ତେଣୁ ଭିଡ ଏଡାଇବାକୁ ଜିଲ୍ଲା ପ୍ରଶାସନ ପୁରା ଦମ୍‌ରେ ଆରମ୍ଭ କରିଛି ପ୍ରୟାସ ।

ବାରମ୍ବାର ମାଇକ ଯୋଗେ ପ୍ରଚାର କରାଯାଇଛି। ଆଉ ଶେଷରେ ଲୋକେ ଧାରା ୧୪୪ ଲାଗୁ କରିଛନ୍ତି ସ୍ଥାନୀୟ ତହସିଲଦାର। ମଙ୍ଗଳ ମନ୍ଦିର ପରିସରରେ ଏହି କଟକଣା ଲାଗୁ ହୋଇଛି।

ତେବେ ଆଗକୁ ରହିଛି ଝାମୁ ଯାତ୍ରା। ବିଭିନ୍ନ ସ୍ଥାନରୁ ଲୋକଙ୍କ ସମାଗମ ହୋଇଥାଏ । ତେଣୁ ଏଭଳି ପରିସ୍ଥିତିରେ ପ୍ରଶାସନ ଆଉ ରିସ୍କ ନେବାକୁ ପସନ୍ଦ କରି ନାହିଁ। ଆଉ ସେଥିପାଇଁ ଜାରି କରାଯାଇଛି ୧୪୪ ଧାରା ।