ସ୍ନାନଯାତ୍ରାରେ ଦଇତାସେବକମାନେ ପିନ୍ଧି ନଥିଲେ ମାସ୍କ, ହାଇକୋର୍ଟ ରେ ହେଲା ମାମଲା ଦାୟର

କଟକ: ଶ୍ରୀଜିଉଙ୍କ ସ୍ନାନଯାତ୍ରା ଦିନ ବିଭିନ୍ନ ସେବା କରୁଥିବା ଦଇତାସେବକ ଓ ମୁଦିରସ୍ତ ପ୍ରମୁଖ କୋଭିଡ-୧୯ ନିୟମ ନ ମାନି ମାସ୍କ ପରିଧାନ କରିନଥିଲେ। ଏହା ସହ ସେମାନେ ସାମାଜିକ ଦୂରତା ମଧ୍ୟ ଅବଲମ୍ବନ କରିନଥିଲେ । ଏହା ଆଇନର ଉଲ୍ଲଂଘନ ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦର୍ଶାଇ ଓଡିଶା ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ଦିଲ୍ଲୀପ କୁମାର ରାୟ ନାମକ ଜନୈକ ଆଇନଜୀବୀ ଆଜି ସ୍ନାନଯାତ୍ରା ସମୟରେ ସେବକମାନେ ମାସ୍କ ନ ପିନ୍ଧିଥିବାରୁ ଓ ସାମାଜିକ ଦୂରତା ରଖୁନଥିବା ହେତୁ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରି ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି ।

ଏଥିସହ ସେ ଦର୍ଶାଇଛନ୍ତି ଯେ ଆଗକୁ ରଥଯାତ୍ରା ଆସୁଥିବାରୁ ସେ ସମୟରେ ମଧ୍ୟ ସାମାଜିକ ଦୂରତା ଭଙ୍ଗ ହେବାର ଆଶଙ୍କା ରହିଛି | ତେଣୁ ହାଇକୋର୍ଟ ଏ ନେଇ ନିର୍ଦ୍ଦେଶନାମା ଜାରି କରିବାକୁ ସେ ଆବେଦନ କରିଛନ୍ତି।ରଥଯାତ୍ରା ସମୟରେ ସେବକମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ନେଇ ମାନ୍ୟବର ହାଇକୋର୍ଟଙ୍କ ଆବେଦନ କରିଛନ୍ତି ।

ଆଗକୁ ରଥଯାତ୍ରାରେ ଅନ୍ୟ କିଛି ବିକଳ୍ପ କରାନଯାଇ ମେସିନ ଦ୍ୱାରା ରଥ ଟଣାଯାଉ । ସରକାରଙ୍କ ସବୁ ଗାଇଡଲାଇନ ନ ମାନି ସ୍ନାନଯାତ୍ରାରେ ସାମିଲ ହେବା କୋଭିଡ ନିୟମ ଉଂଲଘନ ସହ ସମାନ ବୋଲି କହିଛନ୍ତି ଆଇନଜୀବୀ ଦିଲ୍ଲୀପ ରାୟ ।