ସିନ୍ଧିଆଙ୍କୁ ମିଳିଲା ରାଜ୍ୟସଭା ଟିକେଟ
ନୂଆଦିଲ୍ଲୀ: ବିଜେପିରେ ସାମିଲ ହେବାର କିଛି ସମୟ ହୋଇନି ମାତ୍ର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟସଭା ଟିକେଟ ଦେଇଛି ବିଜେପି । ସିନ୍ଧିଆଙ୍କ ବ୍ୟତୀତ ହର୍ଷ ଚୌହ୍ୱାନଙ୍କୁ ମଧ୍ୟ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି। ମଧ୍ୟପ୍ରଦେଶରେ ତିନୋଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବ।