ଜୁଲାଇରୁ ଖୋଲିବ ସ୍କୁଲ!

ନୂଆଦିଲ୍ଲୀ:  କରୋନା ଯୋଗୁଁ ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେବେ ଆସନ୍ତା ଜୁଲାଇ ମାସରୁ ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ସମାଜିକ ଦୂରତା ନିମୟକୁ ବଜାୟ ରଖି ୩୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଖୋଲିବ । ବୟସ୍କ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯିବ । ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ଛଆତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯିବ ନାହିଁ । ସେମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ । ପ୍ରଥମ ଅରେଞ୍ଜ ଓ ଗ୍ରୀନ ଜୋନରୁ ଏହା ଆରମ୍ଭ ହୋଇପାରେ । ଛୋଟ ପିଲା ସାମାଜିକ ଦୂରତା ମାନିବେ ନାହିଁ । ତେଣୁ ସେମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯିବ ନାହିଁ । କରୋନା ପାଇଁ ମାର୍ଚ୍ଚ ୧୬ରୁ ସ୍କୁଲଗୁଡିକ ବନ୍ଦ ରହିଛି ।

ସେପଟେ ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ଖାତାଦେଖା । ରାଜ୍ୟର ୬୦ ଟି କେନ୍ଦ୍ରରେ ଖାତା ଦେଖିବେ ମୂଲ୍ୟାୟନକାରୀ । ସକାଳ ୧୦ ଟାରୁ ଅପରାହ୍ମ ୩ ଟା ଯାଏ ଗୋଟିଏ ସିଫ୍ଟରେ ହିଁ ଖାତାଦେଖା ହେବ । କରୋନା ପାଇଁ ସାମାଜିକ ଦୂରତା ବଜାୟ ରଖିବା ପାଇଁ କମ୍ ମୂଲ୍ୟାୟନକାରୀ ଖାତା ଦେଖିବେ । ଏଥିସହ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ମଧ୍ୟ ହ୍ରାସ କରାଯାଇଛି । ମୂଲ୍ୟାୟନ କେନ୍ଦ୍ରରେ ସାନିଟାଇଜର ବ୍ୟବସ୍ଥା କରାଯାଇଛି । ଖାତାଦେଖା ବେଳେ ମୂଲ୍ୟାୟନକାରୀ ମାସ୍କ ଲଗାଇବାକୁ ବାଧ୍ୟ । କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ମୂଲ୍ୟାୟନକାରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ସେପଟେ ଖାତା ଦେଖା ପୂର୍ବରୁ ସମସ୍ତ କେନ୍ଦ୍ରକୁ ସାନିଟାଇଜ କରାଯାଇଛି । ଆସନ୍ତା ୪୫ ଦିନ ଭିତରେ ଫଳାଫଳ ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।